ତାଲିବାନଙ୍କ ବର୍ବରତା

ନୂଆଦିଲ୍ଲୀ, ସେପ୍ଟେମ୍ବର ୯, : ଆଫଗାନିସ୍ତାନରେ ତାଲିବନ ସରକାର ଗଠନକୁ ନେଇ ବିରୋଧର ସ୍ୱର ଉଠିଥିବାବେଳେ ଏହାରି ମଧ୍ୟରେ ତାଲିବାନ ତାର ବର୍ବର କାଣ୍ଡ ଘଟାଇଛି । ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ତାଲିବାନ ବିରୋଧୀ ଆନ୍ଦୋଳନସ୍ଥଳକୁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଛି ତାଲିବାନୀମାନେ । କେବଳ ସାମ୍ବାଦିକ ନୁୁହେଁ, ଆନ୍ଦୋଳନରତ ମହିଳା ଓ ପୁରୁଷଙ୍କୁ ମଧ୍ୟ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଅନ୍ୟପକ୍ଷରେ ତାଲିବାନ ସରକାରକୁ ବିରୋଧର ସ୍ୱର ଅଧିକ ମାତ୍ରାରେ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ତାଲିବାନ ସରକାର ଗୃହ ମନ୍ତ୍ରଣାଳୟ ର ବିରୋଧ ପ୍ରଦର୍ଶନକୁ ନେଇ ନୂଆ ନିୟମ ଜାରି କରିଛି । ବର୍ତ୍ତମାନ ତାଲିବାନ ସରକାର ଆଫାଗାନିସ୍ତାନରେ କୌଣସି ପ୍ରଦର୍ଶନ ଉପରେ କଟକଣା ଲଗାଇଛନ୍ତି । ନୂଆ ନିୟମ ଅନୁସାରେ ବିରୋଧ ପ୍ରଦର୍ଶନ ପାଇଁ୨୪ ଘଣ୍ଟା ପୂର୍ବରୁ ଆଇନ ମନ୍ତ୍ରଣାଳୟର ଅନୁମତି ନେବାକୁ ପଡ଼ିବ । ଏହାସହିତ ବିରୋଧ ପ୍ରଦର୍ଶନବେଳେ ଯେଉଁ ନାରା ଦିଆଯିବ, ସ୍ଥାନ, ସମୟ ଓ ଲକ୍ଷ୍ୟ ସମ୍ପର୍କରେ ପ୍ରଶାସନକୁ ଜଣାଇବାକୁ ପଡ଼ିବ । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.