ଆଜିଠୁ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ

ମଂଚେଷ୍ଟର, ସେପ୍ଟେମ୍ବର ୧୦ : କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସିଖବର । ଭାରତୀୟ କ୍ରିକେଟ ଟିମ୍‌ର ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ଏହାର ଅର୍ଥ ଆଜିଠାରୁ ଇଂଲଣ୍ଡ ବିପକ୍ଷରେ ମଂଚେଷ୍ଟର ଟେଷ୍ଟ ମ୍ୟାଚ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଖେଳାଯାଇପାରିବ । ଭାରତୀୟ ଟିମ୍‌ର ଜୁନିଅର ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହେବା ପରେ ଫାଇନାଲ ଟେଷ୍ଟ ଖେଳାଯିବା ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । 

gpkandhamal

ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି କହିଥିଲେ ଯେ, ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ନେଇ ଅନେକ ଆଶା ଉପୁଜିଛି । ତାଙ୍କୁ ଜଣା ନାହିଁ ଯେ, ଏହି ମ୍ୟାଚ ଖେଳାଯିବ କି ନାହିଁ । ଗାଙ୍ଗୁଲି କୋଲକାତାର ଏକ ସ୍ଥାନରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଏହା କହିଥିଲେ । ସାମ୍ବାଦିକଙ୍କର ଏକ ପ୍ରଶ୍ନରେ ଗାଙ୍ଗୁଲି ଏହି ଉତ୍ତର ଦେଇଥିଲେ । କିନ୍ତୁ ଏବେ ସ୍ପଷ୍ଟ ହୋଇଯାଇଛି ଯେ, ମ୍ୟାଚ ଖେଳାଯିବ । 

Umasankar Adv

ସୂଚନାଯୋଗ୍ୟ, ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ ଆଜି ଭାରତୀୟ ସମୟ ଅନୁସାରେ ଅପରାହ୍ନ ସାଢ଼େ ୩ଟାରେ ଆରମ୍ଭ ହେବ । ମଂଚେଷ୍ଟରସ୍ଥିତ ଇମିରାତ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡ଼ିୟମରେ ଏହି ମ୍ୟାଚ ଖେଳାଯିବା ପୂର୍ବରୁ ଉଭୟ ଅତିଥି ଏବଂ ଘରୋଇ ଦଳ ଜୋରଦାର ଅଭ୍ୟାସ କରିଛନ୍ତି । ଭାରତ ଶୃଙ୍ଖଳାରେ ୨-୧ରେ ଆଗୁଆ ଅଛି । ତେଣୁ ଶୃଙ୍ଖଳା ହାସଲ କରିବାକୁ ହେଲେ ଅତିକମରେ ମ୍ୟାଚ ଡ୍ର କରିବାକୁ ପଡ଼ିବ । ଅନ୍ୟପଟରେ ଶୃଙ୍ଖଳା ବରାବର କରିବା ପାଇଁ ଇଂଲଣ୍ଡକୁ ମ୍ୟାଚ ଜିତିବାକୁ ହେବ ।

Leave A Reply

Your email address will not be published.