କରୋନାରୁ ଭାରତୀୟଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦ :  କରୋନା ଭାଇରସ ନେଇ ଭାରତୀୟ ଜନତାଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି । ଦେଶରେ ପୁଣି ଥରେ କରୋନା ଭାଇରସର ଦୈନିକ ସଂକ୍ରମଣ ୩୦ ହଜାର ତଳକୁ ରହିଛି ।  କିନ୍ତୁ ବିଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥଙ୍କ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ଏହି ସମୟ ମଧ୍ୟରେ ଦେଶରେ ୨୪ ହଜାର ୧୪୮ ନୂଆ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୨୪ ହଜାର ୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କିନ୍ତୁ ଦେଶରେ ୨୬୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩ ହଜାର ୪୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ହଜାର ୬୨୨ ଜଣ କରୋନାରୁ ସୁସ୍ଥ ହୋଇଥିଲା । ୩୩୯ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା । 

gpkandhamal

କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୯ ହଜାର ୬୭୫କୁ ହ୍ରାସ ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୧ ଲକ୍ଷ ୬୩ ହଜାର ୪ ଥିବା ବେଳେ ୩ କୋଟି ୨୩ ଲକ୍ଷ ୨୧ ହଜାର ୨୮୩ ଜଣ ସୁସ୍ଥ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୨ ହଜାର ୪୬କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ ।

Umasankar Adv
Leave A Reply

Your email address will not be published.