ଦିଲ୍ଲୀରେ ପ୍ରେମ ବିବାହକୁ ବିରୋଧ

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦ : ଜଣେ ପ୍ରାପ୍ତ ବୟସ୍କ ଝିଅ ଭଲ-ଖରାପ କ’ଣ  ଜାଣିଥାଏ । କିନ୍ତୁ ନିଜ ପସନ୍ଦର ବିବାହ କରିବାରୁ ବେଳେ ବେଳେ ପରିବାର ଲୋକଙ୍କ ଦ୍ୱାରା ନିର୍ଯାତନାର ଶିକାର ହେବାକୁ ପଡ଼ିଥାଏ । ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଭସ୍ୱା ଡେରୀ ଅଂଚଳରେ ଏଭଳି ଅଭାବନୀନୟ ଘଟଣା ଘଟିଛି । ପରିବାର ଲୋକେ ପ୍ରେମ ବିବାହ କରିଥିବା ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ଏତିକିରେ ସନ୍ତୁଷ୍ଟ ନହେବାରୁ ସେମାନେ ଗରମ ଛୁରୀରେ ଚେଙ୍କ ଦେଇଛନ୍ତି । ଅଘଟଣର ଶିକାର ହୋଇଛନ୍ତି ନିକଟରେ ପ୍ରେମ ବିବାହ କରିଥିବା ୧୯ ବର୍ଷୀୟ ଯୁବତୀ । 

gpkandhamal

ଯୁବତୀ ଜଣକ ଶ୍ୱଶୁର ଘରେ ପାଦ ଥାପିବାର ଅଳ୍ପ ଦିନ ମଧ୍ୟରେ ପରିବାର ଲୋକେ ବଳପୂର୍ବକ ତାଙ୍କୁ ଉଠାଇ ନେଇଥିଲେ । ମାତା-ପିତାଙ୍କ ଉପରେ ଅଭିଯୋଗ ଯେ, ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା । ପୁଣି ଛୁରୀକୁ ଗରମ କରି ମୁହଁ ଏବଂ ଶରୀରରେ ଚେଙ୍କ ଦିଆଯାଇଥିଲା । ଘଟଣାର ପରଦିନ ଯୁବକ ନିଜର ପତ୍ନୀଙ୍କର ଅବସ୍ଥା ଦେଖି ଥାନାରେ ଅଭିଯୋଗ କରିଥିଲେ । ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । 

Umasankar Adv
Leave A Reply

Your email address will not be published.