ଫେକ ଆକାଉଣ୍ଟ ଖୋଲି ଯୁବକମାନଙ୍କୁ ଠକୁଥିଲେ ଫେସବୁକ କୁଇନ ପ୍ରିୟଙ୍କା ପ୍ରିୟଦର୍ଶନୀ ପରିଡା

ଭୁବନେଶ୍ୱର, ସେପ୍ଟେମ୍ବର୧୧ : ରାଜ୍ୟରେ ବଢିଚାଲିଛି ସାଇବର ଦୁର୍ନିତି । ଅନଲାଇ ଲିଙ୍କ ଦେଇ ହଜାର ହଜାର ଟଙ୍କା ସାଇବର ଲୁଟେରା ଲୁଟୁଥିବା ବେଳେ ଯୁବକ ମାନଙ୍କ ପ୍ରେମ ଜାଲରେ ଫସେଇ ଟଙ୍କା ଆଦାୟ କରୁଥିଲେ । ଫେକ ଫେସବୁକ ଆକାଉ ଯୁବକମାନଙ୍କୁ ପ୍ରେମ ଜାଲରେ ପକାଇ ଠକୁଥିବା ଏମିତି ଜଣେ ଯୁବତୀ ଫେସବୁକ କୁଇନ ପ୍ରିୟଙ୍କା ପ୍ରିୟଦର୍ଶନୀ ପରିଡାଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଏହା ସହିତ ତାଙ୍କ ଠାରୁ ୬୦ ହଜାର ଟଙ୍କା, ମୋବାଇଲ, ଏଟିଏମ କାର୍ଡ, ବ୍ୟାଙ୍କ ପାସ୍‌ବୁକ ସହ ଚେକ ବୁକ୍ ମଧ୍ୟ ଜବତ କରିଛି ପୋଲିସ ।

gpkandhamal

ତେବେ କୋଭିଡ୍ ସଙ୍କଟ ସମୟରେ ଡିଜିଟାଲ୍ କାରବାରର ଧାରା ଦୃତ ଗତିରେ ବୃଦ୍ଧି ପାଇଥିବାରୁ ୨୦୨୧ ର ପ୍ରଥମାର୍ଦ୍ଧରେ ଭୁବନେଶ୍ୱରରେ ସାଇବର ଅପରାଧ ମାମଲା ୪୭% ବୃଦ୍ଧି ପାଇଥିଲା। ରାଜଧାନୀରେ ବର୍ଷ ଚଳିତ ବର୍ଷ ଜାନୁଆରୀ-ଜୁନ୍ ମଧ୍ୟରେ ଏଭଳି ମାମଲା ୭୫ କୁ ବୃଦ୍ଧି ପାଇଛି।

Umasankar Adv

ଚଳିତ ବର୍ଷ ମେ ମାସରେ କୋଭିଡ ଦ୍ୱିତୀୟ ଲହର ପରେ ଲକଡାଉନ୍ ଲାଗୁ କରାଯାଇଥିଲା, ଏହି ସମୟରେ ସର୍ବାଧିକ ସାଇବର ସମ୍ବନ୍ଧୀୟ ଅପରାଧ ଦେଖା ଦେଇଥିଲା ରାଜଦାନୀରେ । ପୋଲିସ ଚଳିତ ବର୍ଷ ମେ ମାସରେ ୧୭ ଟି ସାଇବର ଅପରାଧ ମାମଲା ପଞ୍ଜିକରଣ କରିଛି, ଯାହା ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ସର୍ବାଧିକ। ଯାହା ଗତ ବର୍ଷ ମେ ମାସରେ ଲକଡାଉନ୍ ସମୟରେ ପୋଲିସ କେବଳ ୮ ଟି ସାଇବର ଅପରାଧ ମାମଲା ରୁଜୁ କରିଥିଲା। 

Leave A Reply

Your email address will not be published.