ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩୦ ଜଣ କରୋନା ସଂକ୍ରମଣ ଚିହ୍ନଟ

ଭୁବନେଶ୍ୱର, ସେପ୍ଟେମ୍ବର୧୧ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩୦ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏଥି ମଧୟରୁ ୩୬୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ସଂକ୍ରମିତ ହୋଇଥିଲା ବେଳେ ୨୬୨ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ୧୦,୧୫,୭୧୩ ରେ ପହଁଞ୍ଚିଛି । ଏହି ସଂକ୍ରମଣଙ୍କ ମଧ୍ୟରୁ ୧୧୬ ଜଣ ୧୮ ବର୍ଷରୁ କମ୍ କିଶୋର ରହିଛନ୍ତି ।

gpkandhamal

ସେହିପରି ଗତ ୨୪ ଘଣ୍ଟାରେ ୬୮୯ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦,୦୦,୫୪୮ ଜଣ କରୋନାରୁ ସୁସ୍ଥ ହେଲେଣି ।

Umasankar Adv

ତେବେ ରାଜ୍ୟରେ ଏବେ ୭୦୨୦ ଜଣ କରୋନା ସକ୍ରିୟ ସଂକ୍ରମିତ ଚିକିତ୍ସା ହେଉଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମଣ ମଧ୍ୟରୁ ଅନୁଗୋଳରୁରୁ ୫ , ବାଲେଶ୍ୱରରୁ୨୩ , ବରଗଡ ୪ ,ଭଦ୍ରକ ୧୦ ,ବାଲାଙ୍ଗୀର ୩ , ବୌଦ୍ଧରୁ ୭ , କଟକ ୧୧୮ , ଦେଓଗଡରୁ ୪ , ଢେଙ୍କାନାଳରୁ ୧୨ , ଗଜପତି ୩ , ଗଞ୍ଜାମ ୩ , ଜଗତ୍ସିଂହପୁର ୧୧ , ଯାଜପୁରରୁ ୩୨ , ଝାରସୁଗୁଡାରୁ ୧ ,କାଲାହାଣ୍ଡି ୧ , କନ୍ଧମାଳରୁ ୨, କେନ୍ଦ୍ରାପଡା ୮ , କେନ୍ଦୁଝର ୪ , ଖୋର୍ଦ୍ଧା ୨୨୧ , କୋରାପୁଟ ୯ , ମାଲକାନଗିରି ୪ ,ମୟୂରଭଞ୍ଜ ୨୦ , ନୱରଙ୍ଗପୁର ୨,ନୟାଗଡ଼ ୧୭, ନୁଆପଡା ୧ , ପୁରୀ ୧୬ , ରାୟାଗଡା ୭ , ସମ୍ବଲପୁର ୧୩ , ସୁନ୍ଦରଗଡ ୨୨ ଏବଂ ରାଜ୍ୟ ପୁଲ୍ ୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.