ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ

ଭୁବନେଶ୍ୱର, ସେପ୍ଟେମ୍ବର୧୧ : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ନିର୍ଦ୍ଧାରିତ ଲଗ୍ନ ସକାଳ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ମା ସମଲେଇଙ୍କ ନିକଟରେ ନବାନ୍ନ ଲାଗିହେବ । କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ପାଳନ ହେଉଛି ପଶ୍ଚିମ ଓଡିଶାର ଗଣ ପର୍ବ । ତେବେ ରାଜ୍ୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଚଳିତ ବର୍ଷ ନୁଆଖାଇ ସାମାନ୍ୟ ମଳିନ ପଡିବାର ସମ୍ଭାବନା ରହିଛି। 

gpkandhamal

ଏହି ଉତ୍ସବରେ ପ୍ରମୁଖ ଉଦେସ୍ୟ ନୂତନ ଅମଳ ହୋଇଥିବା ଧାନ ଫସଲରୁ ‘ନବାନ୍ନ’ ବା ଚାଉଳ ସ୍ଥାନୀୟ ଦେବତାଙ୍କୁ ଅର୍ପଣ କରାଯାଏ । ଗଣପର୍ବ ପାଇଁ ଦେଶ ବିଦେଶକୁ ଧାଇଁ ଆସିଥିବା ପଶ୍ଚିମ ଓଡିଶାବାସି ମାନେ ଆଜି ନୂଆ ପୋଷାକ ପିନ୍ଧି, ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରନ୍ତି ଏବଂ ପରିବାରର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଏହି ଉତ୍ସବରେ ଭୋଜି କରନ୍ତି ।

Umasankar Adv

ଜୁନ୍ ମାସରେ ଜିଲ୍ଲାରେ ୨୯ ପ୍ରତିଶତ ନିଅଣ୍ଟ, ଜୁଲାଇରେ ୨୨ ପ୍ରତିଶତ ଏବଂ ଅଗଷ୍ଟରେ ୫୯ ପ୍ରତିଶତ ବୃଦ୍ଧି ଘଟିଛି ଯାହା କୃଷିକାର୍ଯ୍ୟ ଚାଲିଥିବାରୁ ଧାନ ଫସଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି କୁହାଯାଉଛି। ଫଳସ୍ୱରୂପ ରାଜ୍ୟର ଅନେକ ଅଞ୍ଚଳରେ ଧାନ ଓ କପା ଫସଲ ପ୍ରଭାବିତ ହୋଇଛି।

Leave A Reply

Your email address will not be published.