ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆଗାମୀ ଚାରି ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର, ସେପ୍ଟେମ୍ବର୧୧ : ଗତ କାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ପୂର୍ବ କେନ୍ଦ୍ରୀୟ ଏବଂ ତତ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆଗାମୀ ୪୮ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟରେ ୧୨ ଏବଂ ୧୩ ତାରିଖରେ ସର୍ବାଧିକ ପ୍ରଭାବ ସହ ଅଧିକାଂଶ ସ୍ଥାନରେ ସ୍ୱପ୍ଳରୁ ମଧ୍ୟମ ଦରଣର ବର୍ଷାର ସମ୍ଭାବନା ରହିଛି । 

gpkandhamal

ଏହି ସମୟରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ କିଛି ଜିଲ୍ଲା ପାଇଁ ଚେତାବନୀ ଜାରି କରାଯାଇଛି । ରାଜ୍ୟରେ ଚଳିତ ମୌସୁମୀ ଦୁର୍ବଳ ପ୍ରଭାବୀ ରହିଥିବା ବେଳେ ପାକାପାଖି ୨୪ ଜିଲ୍ଲାରେ ମରୁଡି ଆଶଙ୍କାକୁ ଏହି ଲଘୁଚାପ ବର୍ଷା ଦୁରେଇ ଦେବାର ସମ୍ବାବନା ରହିଛି । ଏହାର ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି । ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡିଶା ଉପକୁଳ,ପଶ୍ଚିମ-କେନ୍ଦ୍ରିୟ ଏବଂ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ୧୨ ରୁ ୧୪ ତାରିଖ ଯାଏଁ ଝଡ ପବନ ଘଣ୍ଟା ପ୍ରତି ୪୫ ରୁ ୫୫ ସହ ଝଟକା ପବନର ୬୫ କିମି ଯାଏଁ ରହିବା ସମ୍ଭାବନା ରହିଛି । ଏହି ସମୟରେ ୍ରଭାବରେ ଓଡିଶା ଉପକୁଳ,ପଶ୍ଚିମ-କେନ୍ଦ୍ରିୟ ଏବଂ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବାର ସମ୍ବବାନା ଥିବାରୁ ମତ୍ସଜୀବିଙ୍କୁ ଏହି ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି । 

Umasankar Adv

ତେବେ ଆଜି ଗଜପତି , ଗଞ୍ଜାମ , ମାଲକାନଗିରି କୋରାପୁଟ , ଜଗସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷ ହେବ ଏଥିପାଇଁ ଏସବୁ ଜିଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି । ୧୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷ ହେବାର ସମ୍ଭାବନା ରହିଛି । ଉକ୍ତଦିନ ପୁରୀ , ଖୋର୍ଦ୍ଧ , ଜଗସିଂହପୁର , କେନ୍ଦ୍ରାପଡ଼ା , କଟକ , ଗଞ୍ଜାମ , ନୟାଗଡ଼ , ଭଦ୍ରକ ଓ ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷ ହେବ । ଏ ସବୁ ଜିଲାକୁ ଅରେଞ୍ଜ ଚେତାବନୀ ଜାରି କରାଯାଇଛି । ସେହିପରି ବାଲେଶ୍ବର , ଢେଙ୍କାନାଳ , ନବରଙ୍ଗପୁର , କଳାହାଣ୍ଡି , ଅନୁଗୋଳ , ବୌଦ୍ଧ ଓ କନ୍ଧମାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ଚେତାବନୀ ଜାରି କରାଯାଇଛି । 

Leave A Reply

Your email address will not be published.