ଟଙ୍କା ପାଇଁ ପୁଅକୁ ଗୁଳି କରି ମାରିଦେଲା ବାପ

କଟକ, ସେପ୍ଟେମ୍ବର୧୧ : ବାରଙ୍ଗ ପୋଲିସ ସୀମା ଅନ୍ତର୍ଗତ ବେଣ୍ଟୁଆ ଗ୍ରାମରେ ଗୁଳି କାଣ୍ଡ ଘଟିଛି । ପାରିବାରିକ କଳହ ଉଗ୍ର ରୁପ ନେବାରୁ ଜଣେ ବ୍ୟକ୍ତି ତାଙ୍କ ପୁଅକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ଜଡୁମାନି ମୁଣ୍ଡା କିଛି ଅଜ୍ଞାତ ପ୍ରସଙ୍ଗରେ ତାଙ୍କ ପୁଅ ଶିବଙ୍କ ସହ ଝଗଡା କରିଥିଲେ। ରାଗରେ ଜଡୁମାନି ତାଙ୍କ ପୁଅକୁ ଛାତିରେ ଗୁଳି ଚଳାଇବାରୁ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇ ନଂ.୧୮୩/୨୧ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । 

gpkandhamal

ସୂଚନା ମୁତାବକ ଉଭୟ ବାପ ପୁଅ ପାଖ ଜଙ୍ଗଲରେ ମିଶି ବାଇଗଣ ଚାଷ କରୁଥିଲେ । ଏଇ ବାଇଗଣ ବିକ୍ରୀ ଟଙ୍କାକୁ ନେଇ ଉଭୟଙ୍କ ମଧୟରେ ବଚସା ହୋଇଥିବା ପଡୋଶି ମାନେ ସୂଚନା ଦେଇଛନ୍ତି । ତେବେ ସନ୍ଧ୍ୟାରେ ଯଦୁମଣି ମଦ୍ୟପାନ କରି ଗରକୁ ଫେରି ପୁଣି ପୁଅ ସହିତ ପାଟିତୁଣ୍ଡ କରିବା ଆରମ୍ଭ କରିଥିଲେ । ଏହା ପରେ ଉଭୟଙ୍କ ମଧୟରେ ମାରପିଟ ହୋଇଥିଲା ଏବଂ ଯଦୁମଣୀ ଉତ୍‌କ୍ଷିପ୍ତ ହୋଇ ପୁଅ ଉପରକୁ ଗୁଳି ଚଳାଇ ଦେଇଥିଲେ । ପୁଅର ଛାତିରେ ଗୁଲି ବାଜିବାରୁ ଘଟଣା ସ୍ଥଳରେ ବହୁତ ରକ୍ତଶ୍ରାବ ହୋଇଥିଲା ଏବଂ ସେଇଠାରେ ହିଁ ସେ ପ୍ରାଣ ତ୍ୟାଗ କରିଥିଲେ । ଏହା ପରେ ଯଦୁମଣି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।

Umasankar Adv
Leave A Reply

Your email address will not be published.