ବଢିବ ନାହିଁ ମୂର୍ତ୍ତିର ଉଚ୍ଚତା

ଭୁବନେଶ୍ୱର, ସେପ୍ଟେମ୍ବର୯ : ରାଜ୍ୟରେ ପାର୍ବଣକୁ ଦୃଷ୍ଟିର ରଖୀ ଆଜି ଏସଆରସି ଲୋକମାନଙ୍କୁ ଗଣେଶ ପୁଜା, ନୁଆଖାଇ ଏବଂ ଦଶହରା ଉପଲକ୍ଷେ ବାହାରେ ଭିଡ଼ ନ କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଗତ କିଛି ଦିନ ଧରି ଲାଗି ରହିଥବା ବିବାଦର ଅନ୍ତ ଘଟାଇ ମୂର୍ତ୍ତିର ଉଚ୍ଚତା ବଢିବ ନାହିଁ ବୋଲି ଏସଆରସି ସୂଚନା ଦେଇଛନ୍ତି । ତେବେ ପାର୍ବଣ ପାଇଁ ଅଗଷ୍ଟ ୯ରେ ଜାରି ଗାଇଡଲାଇନ ବଳବତ୍ତର ରହିବ,ରାଜ୍ୟ ସରକାର ତାଙ୍କର ପୁର୍ବ ନିଷ୍ପତିକୁ କାଏମ୍ ରଖିଛନ୍ତି । 

gpkandhamal

ରାଜ୍ୟ ବାସୀଙ୍କୁ ସମ୍ବୋଧନ କରିବା ସମୟରେ ଏସଆରସି ପ୍ରଦୀପ ଜେନା କହିଥୀଲ ଯେ କୁମ୍ଭମେଳା ଏବଂ ଓନାମ ପାଳନ ପରେ ସେହି ରାଜ୍ୟ ମାନଙ୍କରେ କରୋନା ସଂକ୍ରମଣ ଅହେତୁକ ଭାବରେ ବୃଦ୍ଧି ପାଇଥିଲା । ଏହି ସବୁ ଘଟଣାରୁ ଆମେ ଶିକ୍ଷିବା ଆବଶ୍ୟକ ଏବଂ ନିରାଡମ୍ବର ଭାବେ ପର୍ବ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । 

Umasankar Adv

ଏହି ସମୟରେ ସେ କହିଥିଲେ ଯେ ଚଳିତ ବର୍ଷ ଆମକୁ ନିଜର ଭାବନା ସହିତ ମାଙ୍କୁ ମନରୁ ପୁଜା କରିବାକୁ ପଡିବ । ଆଗାମୀ ବର୍ଷଠାରୁ ପୂଜା ଯେପରି ଯାକଜକମରେ ପାଳନ କରିବା ସେଥିପାଇଁ ମାଆଙ୍କ ନିକଟରେ ପ୍ରାର୍ଥନା କରିବା । କରୋନା ଯୋଗୁଁ ବିନା ଭକ୍ତରେ ଗତବର୍ଷ ରଥଯାତ୍ରା ମଧ୍ୟ ସମ୍ପନ୍ନ ହୋଇଛି ବୋଲି ସେ କହିଥିଲେ । ତେଣୁ ଚଳିତ ବର୍ଷ କରୋନା କଟକଣାକୁ ମାନି ପୁଜା ପାର୍ବଣ ପାଳନ କରିବାକୁ କହିଛନ୍ତି । ଏହା ସହିତ ରାଜ୍ୟରେ ଏବେ ସମସ୍ତ ସାମାଜିକ, ଧାର୍ମିକ ସମାବେଶକୁ ବାରଣ କରିବା ସହିତ କୋଭିଡ ନିୟମ ମାନି ନୂଆଁଖାଇ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.