ନାମାଙ୍କନ ପତ୍ର ଦାଖଲ କଲେ ମମତା ବାନାର୍ଜୀ

କୋଲକାତା, ସେପ୍ଟେମ୍ବର ୧୦ : ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ହେବାକୁ ଥିବା ବେଳେ ନିର୍ବାଚନ କମିଶନଙ୍କ ଦ୍ୱାରା ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆରମ୍ଭ ହୋଇଛି ଦିଦିଙ୍କ ଭବାନୀପୁର ସମରସଜ୍ଜା ।ଭବାନୀପୁର ବିଧାନସଭା ଆସନରୁ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଥିବା ବେଳେ ଏଥର ଉପନିର୍ବାଚନରେ କଡା ଟକ୍କର ଦେଖିବାକୁ ମିଳିବ । ଉପ-ନିର୍ବାଚନରେ ଦିଦିଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି ବିଜେପିର ହେଭି ୱେଟ୍ ନେତ୍ରୀ ପ୍ରୀୟଙ୍କା ଟେବ୍ରେୱାଲ । ତେବେ ଆସନ୍ତା ସେପ୍ଟେମ୍ବର ୩୦ରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ ଆଜି ନାମାଙ୍କର ପତ୍ର ଦାଖଲ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

gpkandhamal

ସେପଟେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ଦିଦି ନିର୍ବାଚନ ଲଢିଥିବା ବେଳେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରସ୍ତା ହୋଇଥିଲେ । ଯାହାକୁ ନେଇ ଏହି ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବରୁ ଦୁଇ ଦୁଇ ଥର ମମତା ବାନାର୍ଜୀ ଭବାନୀପୁରରୁ ବିଜୟୀ ହୋଇ ଆସିଥିବା ବେଳେ ସେପ୍ଟେମ୍ବର ୩୦ରେ ଦିଦିଙ୍କୁ ଚେକ୍‌ମେଟ୍ ଦେବା ପାଇଁ ବିଜେପି ମଧ୍ୟ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରିଛନ୍ତି ।

Umasankar Adv
Leave A Reply

Your email address will not be published.