ମଥୁରାରେ ଯୋଗୀ ସରକାରଙ୍କର ବଡ଼ ଘୋଷଣା

ଉତ୍ତରପ୍ରଦେଶ,ସେପ୍ଟେମ୍ବର 10 : ଉତ୍ତରପ୍ରଦେଶର ଯୋଗୀ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି । ମଥୁରା ବୃନ୍ଧାବନରେ କୃଷ୍ଣଙ୍କ ଜନ୍ମସ୍ଥଳୀରେ ସରକାର ୧୦ ମିଟର କିଲୋମିଟର ଅଚଂଳ ପରିସରରେ ତୀର୍ଥସ୍ଥଳୀ ଘୋଷଣା କରିଛନ୍ତି । ଏହି ଅଚଂଳ ମଧ୍ୟରେ ୨୨ ଟି ନଗର ନିଗମ ୱାର୍ଡ଼ ଅଚଂଳ ରହିଛି । 

gpkandhamal

ଗତମାସରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରାରେ କୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରିଥିଲେ ଏବଂ ସେହିଠାରେ ହିଁ ଏହାକୁ ଏକ ତୀର୍ଥକ୍ଷେତ୍ରର ମାନ୍ୟତା ଦେବା ପାଇଁ ଘୋଷଣା କରିଥିଲେ । ସୁଚନା ଅନୁସାରେ ୟୁପିରେ ଏହି ତୀର୍ଥସ୍ଥଳୀର ବିକାଶ ପାଇଁ କାର୍ଯ୍ୟ ଜାରୀ ରହିଛି ।  ଯଥା ଶୀଘ୍ର ଏହାର କାର୍ଯ୍ୟ ସମାପ୍ତ ହେବ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ଅଯୋଦ୍ଧା,ବାରଣାସୀ,ମଥୁରା, ଆଦିରେ ପୁର୍ବ ଅପେକ୍ଷା ଅଧିକ ଉନ୍ନତିକରଣ କରାଯାଉଛି । ଅଯୋଦ୍ଧାରେ ଦେଢ ବର୍ଷ ପୁର୍ବେ ଆସିଥିବା ସୁପ୍ରିମ୍‌କୋର୍ଟର ଶୁଣାଣୀ ପରେ ଏହି କାର୍ଯ୍ୟ ଯୋରସୋରରେ ଚାଲିଛି ।

Umasankar Adv
Leave A Reply

Your email address will not be published.