ଗତ ୧୯ ବର୍ଷରେ ତୃତୀୟ ଥର ପାଇଁ ଚଳିତ ବର୍ଷ ଅଗଷ୍ଟ ମାସ ରହିଲା ସବୁଠୁ ଗରମ

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦ : ଚଳିତ ବର୍ଷ ଆଶା କରାଯାଉଥିଲା ଠିକ ସମୟରେ ବର୍ଷା ହେବା । ଫଳରେ ଚାଷୀ କୂଳକୁ ଆଶ୍ୱସ୍ତି ମିଳିବ । ହେଲେ ଏଯାଏ ବି ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମୌସୁମୀ ବର୍ଷା ହୋଇନାହିଁ । ମୌସୁମୀର ଲୁଚକାଳି ବର୍ଷାରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି ।  ସେପଟେ ବାରତୀୟ ପାଣିପାଗ ବିଭାଗ କହିଛି ଯେ ୨୦୦୨ ପରେ ଗତ ୧୯ ବର୍ଷରେ ଅଗଷ୍ଟ ମାସରେ ସବୁଠୁ କମ ବର୍ଷା ରେକର୍ଡ କରାଯାଇଛି । ଭାରତରେ ଅଗଷ୍ଟ ମାସରେ ହାରାହାରି ୨୪ ପ୍ରତିଶତ କମ ବର୍ଷା ହୋଇଛି । ଚଳିତ ବର୍ଷ ଅଗଷ୍ଟ ମାସରେ ତୃତୀୟ ଥର ସବୁଠୁ ଅଧିକ ଗରମ ରେକର୍ଡ ମଧ୍ୟ କରାଯାଇଛି । 

gpkandhamal

ଅଗଷ୍ଟରେ ମଧ୍ୟ ଭାରତରେ ହାରାହାରି ସର୍ବାଧିକ ଏଯାଏ ଦ୍ୱିତୀୟ ସର୍ବାଧିକ ୩୧.୨୫ ଡିଗ୍ରୀ ସେଲସିୟସ ରହିଛି । ସେପଟେ ସର୍ବନିମ୍ନ ତାପମାତ୍ରା ୨୪.୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅଗଷ୍ଟ ୯ରୁ ୧୬ ତାରିଖ ଏବଂ ୨୩ରୁ ୨୭ ତାରିଖ ମଧ୍ୟରେ ମୌସୁମୀ ଦୁର୍ବଳ ରହିଥିଲା । ଏହି ସମୟରେ ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ଆଖପାଖ ଅଞ୍ଚଳରେ ଏପରିକି ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ କମ ବର୍ଷା ହୋଇଛି । 

Umasankar Adv

ସେହିପରି ଦେଶର ଅଧିକାଂଶ ରାଜ୍ୟରେ ଅଗଷ୍ଟ ମାସରେ ଗରମ ଅନୁଭୂତ ହୋଇଛି । ହେଲେ ରାଜ୍ୟରେ ଗତ ୨ରୁ ୩ ଦିନରେ ଅନେକ ଜିଲ୍ଲାରେ ଲଘୁଚାପଜନିତ ବର୍ଷା ହୋଇଛି । ଏହି ଲଘୁଚାପ ବର୍ଷା ଚାଷୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି କରିବ ।

Leave A Reply

Your email address will not be published.