ଧରାପଡ଼ିଲା ସାଇବର ଠକେଇ ଗ୍ୟାଙ୍ଗ

କଳାହାଣ୍ଡି : ସାଇବର ଠକେଇର ପେଣ୍ଠସ୍ଥଳୀ କୁହାଯାଉଥିବା ଝାଡ଼ଖଣ୍ଡର ଜାମତରାରୁ ଧରା ପଡ଼ିଛନ୍ତି ତିନି ପେସାଦାର ସାଇବର୍ ଠକ। କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଜଣେ ଯୁବ ବ୍ୟବସାୟୀଙ୍କ ଠାରୁ UPI ନମ୍ବର ନେଇ ଏମାନେ ଲୁଟି ଥିଲେ ବିପୁଳ ପରିମାଣର ଟଙ୍କା। ଆଉ ଶେଷରେ କଳାହାଣ୍ଡି ପୁଲିସ୍ ଦ୍ୱାରା ଧରା ପଡ଼ିଛନ୍ତି ଏହି ଲୁଟେରା ଗ୍ୟାଙ୍ଗ୍। ଗିରଫ ହୋଇଥିବା ତିନି ସାଇବର୍ ଠକ ହେଉଛନ୍ତି ଜାମତରା ଅଞ୍ଚଳର ରଇସ ଅନସାରୀ, ମହମ୍ମଦ ସଜ୍ଜାଦ ଓ ଅବଦୁଲ୍ ଅନସାରୀ।

gpkandhamal

ଗତ ଜୁନ୍ ମାସ ୧ ତାରିଖରେ କେସିଙ୍ଗାର ଜଣେ ବ୍ୟବସାୟୀ ଅନଲାଇନରେ କିଛି ଜିନିଷ ବୁକ କରିଥିଲେ। ହେଲେ ତାଙ୍କ ପାଖକୁ ସେହି ଜିନିଷ ଡେଲିଭରୀ ହୋଇନଥିଲା। ଦୀର୍ଘ ଦିନ ଧରି ବିଳମ୍ବ ହେବାରୁ ସେ ଗୁଗଲରୁ ସର୍ଚ୍ଚ କରି ସମ୍ପୃକ୍ତ ନମ୍ବରରେ କଥା ହୋଇଥିଲେ। ଏହି ଫୋନ୍ ସିଧା ଜାମତରାକୁ ଲାଗିଥିଲା। ତାଙ୍କୁ ସାଇବର୍ ଠକ ଫୋନ୍ କରି UPI ନମ୍ବର ମାଗିଥିଲେ। ୟୁପିଆଇ ନମ୍ବର ଦେବା ପରେ ତାଙ୍କ ଆକାଉଣ୍ଟରୁ ପାଖାପାଖି ୮୯ ହଜାର ଟଙ୍କା ଚୁଟକୀରେ ଗାଏବ ହୋଇଯାଇଥିଲା। ଏହାପରେ ତାଙ୍କ ମୋବାଇଲକୁ ବ୍ୟାଙ୍କରୁ ମେସେଜ ଆସିଥିଲା। ସେ ଜାଣି ପାରିଲେ କି ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଯାଇଛି। ସେ ତୁରନ୍ତ କେସିଙ୍ଗା ପୁଲିସ ଷ୍ଟେସନରେ ଏତଲା ଦେଇଥିଲେ।

Umasankar Adv

କଳାହାଣ୍ଡି ପୁଲିସ ତତ୍ପରତା ଦେଖାଇ ତଦନ୍ତ କରିଥିଲା। ପୁଲିସ୍ ଠକେଇ ଅଭିଯୋଗରେ ଝାରଖଣ୍ଡ ଜାମତରାରୁ ୩ ଜଣ ପେସାଦାର ସାଇବର ଠକଙ୍କୁ ଗିରଫ କରିଥିଲା। ଗିରଫ ତିନି ଅଭିଯୁକ୍ତ ପୂର୍ବରୁ ପ୍ରାୟ ୫୦ ଲକ୍ଷ ଊର୍ଦ୍ଧ୍ୱ ଟଙ୍କାର ସାଇବର ଠକେଇ କରିଥିବା ପ୍ରାଥମିକ ତଦନ୍ତ ଜଣାପଡିଛି।

Leave A Reply

Your email address will not be published.