ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଦୁଷ୍ମନ୍ତଙ୍କ ହୋଇଛି ମୃତ୍ୟୁ

ଭୁବନେଶ୍ୱର, ସେପ୍ଟେମ୍ବର 15 : ଦୁଷ୍ମନ୍ତ ମୃତ୍ୟୁ ପ୍ରସଙ୍ଗରେ ବିଜେପି ନେତା ବିଭୁ ପ୍ରସାଦ ତରାଇ ଙ୍କ ସାମ୍ବାଦିକ ସମ୍ମିଳନୀରେ ପ୍ରେସମିଟ୍ କରିଛନ୍ତି । ଦୁଷ୍ମନ୍ତଙ୍କୁ ସରକାରୀ କଳ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବିଭୁ ।

gpkandhamal

 ସେ ଯୁକ୍ତି ବାଢିଛନ୍ତି ଯେ ରାଜ୍ୟ ସରକାରଙ୍କ ଅବହେଳା ଓ ଚିକିତ୍ସା ଅବହେଳାର ଅଭିଯୋଗ କରିଥିବାରୁ ଦୁଷ୍ମନ୍ତଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବଣ୍ଟା ଯାଉଥିବା କାର୍ଡ ରାଜ୍ୟରେ ପୁସିଂ କାର୍ଡ ପାଲଟି ଯାଇଛି । 

Umasankar Adv

 କ୍ୟାପିଟାଲ୍ ହସ୍ପିଟାଲରେ ୧୨ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ଦୁଷ୍ମନ୍ତ ଥିଲେ କିନ୍ତୁ କଟକ ବଡ଼ ମେଡ଼ିକାଲକୁ ୪ଟା ବେଳେ ପହଂଚିଲେ ଦୁଷ୍ମନ୍ତ । ତେବେ ଭୁବନେଶ୍ୱରରୁ କଟକ ୩୦ କିମି ରାସ୍ତା ଅଢେଇ ଘଣ୍ଟା କେମିତି ଲାଗିଲା ବୋଲି ପ୍ରଶ୍ନ କରିଛନ୍ତି ବିଭୁ ତରାଇ ।

Leave A Reply

Your email address will not be published.