ଡ଼ିଆରଡ଼ିଓ ତଥ୍ୟ ଲିକ୍ ମାମଲାରେ ଗିରଫ ହୋଇଥିବା ୪ ଜଣ ଠିକା କର୍ମଚାରୀଙ୍କୁ କୋର୍ଟ ଚାଲାଣ

ବାଲେଶ୍ୱର,ସେପ୍ଟେମ୍ବର 15 : ଚାନ୍ଦିପୁର ଡ଼ିଆରଡ଼ିଓ ତଥ୍ୟ ଲିକ୍ ମାମଲାରେ ଗିରଫ ହୋଇଥିବା ୪ ଜଣ ଠିକା କର୍ମଚାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଫଳରେ ବାଲେଶ୍ୱର ଏସ୍‌ଡ଼ିଜେଏମ୍ କୋର୍ଟରେ ୪ ଅଭିଯୁକ୍ତ ହାଜର ହୋଇଛନ୍ତି । ଗିରଫ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ବର୍ତ୍ତମାନ ଗିରଫ ହେଲେ ତାପସ ରଞ୍ଜନ ନାୟକ । ତାପସ ରଞ୍ଜନ ନାୟକ ଆଟିଆର ର ମେନ୍ ଗେଟ୍‌ରେ କାର୍ଯ୍ୟ କରନ୍ତି ।

gpkandhamal

 ସେହିପରି ଗିରଫ ହୋଇଥିବା ଅନ୍ୟ ୩ ଅଭଯୁକ୍ତ ହେଉଛନ୍ତି ବସନ୍ତ ବେହେରା,ହେମନ୍ତ ମିସ୍ତ୍ରୀ ,ସେକ୍ ମୁସାଫିର୍ । ତାଙ୍କ ବିରୋଧରେ ମଧ୍ୟ ୧୨୦-ବି/୧୨୧-ଏ/୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି ।କେବଳ ଏତିକି ନୁହେଁ ଆଇପିସିଆଲ୍ ସିକ୍ରେଟ୍ ଆକ୍ଟ ୧୯୨ ଧାରା ୩,୪,୫ରେ ମଧ୍ୟ ମାମଲା ହୋଇଛି । 

Umasankar Adv

ସୁଚନା ଅନୁସାରେ ଗତକାଲି ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗ ହୋଇଥିଲା । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ୍ ଅଭିଯୋଗରେ ୪ ଜଣଙ୍କୁ ଅଟକ ରଖିଥିଲା ବାଲେଶ୍ୱର ପୋଲିସ । ଡିଆରଡିଓ ପରିସରରେ ଠିକା କାମ କରୁଥିବା ଏହି କର୍ମଚାରୀଙ୍କୁ ବାଲେଶ୍ୱର ପୋଲିସ ଉଠାଇ ଆଣିଥିବା ସୂଚନା ମିଳିଥିଲା ।

Leave A Reply

Your email address will not be published.