ହୀରାକୁଦ ଡ଼୍ୟାମରେ ଖୋଲିଲା ଆଉ ୬ଟି ଗେଟ୍‌

ସମ୍ବଲପୁର, ସେପ୍ଟେମ୍ବର 15 : ହୀରାକୁଦ ଡ଼୍ୟାମରେ ଖୋଲିଲା ଆଉ ୬ଟି ଗେଟ୍ । ଲଗାଣ ବର୍ଷା ଯୋଗୁଁ ଆଉ ୬ଟି ଗେଟ୍ ଖୋଲିଥିବା ସୁଚନା ମିଳିଛି । ପୁର୍ବରୁ ୬ଟି ଗେଟ୍ ଖୋଲିଥିବା ବେଳେ ବର୍ତ୍ତମାନ ଏହାକୁ ମିଶାଇ ମୋଟ୍ ହୀରାକୁଦ୍ ଡ଼୍ୟମର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି ।

gpkandhamal

 ସୁଚନା ଅନୁସାରେ ହୀରାକୁଦ ଡ଼୍ୟାମର ଜଳ ନିଷ୍କାସନ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ୍ ହୋଇଛି ।

Umasankar Adv

ଗତ ୧୧ ତାରିଖରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବିଭିନ୍ନ ନଦୀର ଜଳସ୍ତର । ରାଜ୍ୟରେ ୭ଟି ନଦୀର ଜଳସ୍ତର ଏବେ ବଢିବାରେ ଲାଗିଛି । ଫଳରେ ବନ୍ୟା ଆଶଙ୍କାରେ ଲୋକେ ମୁଣ୍ଡରେ ହାତ ଦେଲେଣି।

Leave A Reply

Your email address will not be published.