ଦେଶରେ ୨୪ ଘଣ୍ଟାରେ ୨୭ ହଜାର ୧୭୬ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୫ : ଗତ ୨୪ ଘଣ୍ଟାରେ ଦେଶରେ ୨୭ ହାଜର ୧୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ ୨୮୪ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହାକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମଣ ମାମଲା ୩,୩୩,୧୬,୭୫୫ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୪,୪୩,୪୯୭ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । 

gpkandhamal

ସେହିପରି ଗତ ୨୪ନ ଘଣ୍ଟା ମଧ୍ୟରେ ୩୮,୦୧୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩,୨୫,୨୨,୧୭୨ରେ ପହଞ୍ଚିଛି । ଏହା ବତୀତ ଦେଶରେ ସମୁଦାୟ ସଲଂକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧,୦୮୬ ରହିଛି । 

Umasankar Adv

ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୭୫,୮୯,୧୨,୨୭୭ଜଣ ଲୋକଙ୍କୁ ଟିକା ଦିଆଯାଇଛି । ୨୪ ଘଣ୍ଟା ମଧ୍ୟରେ ୬୧,୧୫,୬୯୦ ଡୋଜ୍ ଟିକା ଦିଆଯାଇଛି ।

Leave A Reply

Your email address will not be published.