ବନ୍ଧୁକ ମୁନରେ ଭାରତୀୟ ବ୍ୟବସାୟୀଙ୍କୁ ଉଠାଇ ନେଲେ ତାଲିବାନୀ

କାବୁଲ, ସେପ୍ଟେମ୍ବର ୧୫ : ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନର ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ଆଫଗାନିସ୍ତାନରେ ଜଣେ ଭାରତୀୟ ବ୍ୟବସାୟୀଙ୍କୁ ଅପହରଣ କରାଯାଇଛି । 

gpkandhamal

ଇଣ୍ଡିଆନ୍ ୱାର୍ଲ୍ଡ ଫୋରମର ଅଧ୍ୟକ୍ଷ ପୁନିତ ସିଂ କହିଛନ୍ତି, ତାଲିବାନୀ ବନ୍ଧୁକଧାରୀମାନେ କାବୁଲରେ ଆଫଗାନିସ୍ତାନର ଜଣେ ଭାରତୀୟ ବ୍ୟସାୟୀଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇଛନ୍ତି । କାବୁଲର ପୋଲିସ ଡିଷ୍ଟ୍ରିକ୍ଟ ଅଞ୍ଚଳରେ ଏହି ଘଟଣା ଘଟିଛି । ସମ୍ପୃକ୍ତ ଅପହୃତ ଭାରତୀୟ ନାଗରିକଙ୍କ ନାଁ ବଂସରୀ ଲାଲ ଅରେନ୍ଦେହି । ସେ ଶିଖ ସମ୍ପ୍ରଦାୟର ଏବଂ ତାଙ୍କର ବୟସ ହେଉଛି ୫୦ ବର୍ଷ । 

Umasankar Adv

ତାଙ୍କର ଏକ ଔଷଧ ଦୋକାନ ରହିଛି । ତାଙ୍କୁ ତାଲିବାନୀମାନେ ମଙ୍ଗଳବାର ସକାଳ ୭ଟାରେ ଦୋକାନ ନିକଟରୁ ହିଁ ଅପହରଣ କରିନେଇଛନ୍ତି । ଅପହୃତ ହେବା ପୂର୍ବରୁ ସେ ତାଙ୍କର କର୍ମଚାରୀଙ୍କ ସହ ସବୁଦିନ ଭଳି ଦୋକାନ ଖୋଲିବାକୁ ଯାଉଥିଲେ । ଏହି ସମୟରେ ତାଙ୍କୁ ପଛପଟୁ ଆକ୍ରମଣ କରାଯାଇଥିଲା । ପରେ ତାଙ୍କୁ ବନ୍ଧୁକ ଦେଖାଇ ଅପହରଣକାରୀ ଗୋଟିଏ ସବୁଜ ଲରଙ୍ଗ କାରରେ ନେଇଯାଇଥିଲେ । 

Leave A Reply

Your email address will not be published.