ଡ଼ିଆରଡ଼ିଓ ତଥ୍ୟ ଲିକ୍ ଘଟଣାରେ ଆଉ ଜଣେ ଗିରଫ

ବାଲେଶ୍ୱର ,ସେପ୍ଟେମ୍ବର 16 : ଚାନ୍ଦିପୁର ଡ଼ିଆରଡ଼ିଓ ତଥ୍ୟ ଲିକ୍ ଘଟଣାରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ । ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ସଚିନ୍ କୁମାର ଓରଫ ଚେତା । ସଚିନ୍ ଡ଼ିଆରଡ଼ିଓରେ ଜଣେ ଡ଼୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ।ଏହି ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ପୋଲିସ୍ ପୁର୍ବରୁ ୪ ଜଣଙ୍କୁ ଗିରଫ କରିଥିବା ବେଳେ ବର୍ତ୍ତମାନ ଏହାର ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

gpkandhamal

ଗତକାଲି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରୀ ରହିଛି ବୋଲି କହିଥିଲେ ବାଲେଶ୍ୱର ଏସପି ସୁଧାଂଶୁ ମିଶ୍ର । ସୁଚନା ଅନୁସାରେ ଅଧିକ ତଦନ୍ତ ପାଇଁ ଆଜି ସକାଳୁ ମଧ୍ୟ ବାଲେଶ୍ୱର ଚାନ୍ଦିପୁର ଥାନାକୁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ୪ଜଣିଆ ଟିମ୍ ଆସି ଖୋଳତାଡ଼ କରିଥିଲେ ।

Umasankar Adv

ଏହି ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଅତିରିକ୍ତ ଏସପି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ୱରେ ପହଂଚିଛି । ଦେଶରେ ରହି ଦେଶ ବିରୋଧୀ କାର‌୍ୟ୍ୟରେ କେବଳ ଏହି ୪ଜଣଙ୍କ ସମ୍ପୃକ୍ତ ଅଛି ନା ଆଉ କେଉଁ ବଡ଼ ମୁଣ୍ଡ ଏଥିରେ ସାମିଲ ଅଛନ୍ତି ଏନେଇ ଜିଲ୍ଲା ପୋଲିସ୍ ସହ ଆଲୋଚନା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଏହି ମାମଲାରେ ପାକିସ୍ଥାନ ଆଇସିଆଇ କୁ ହନିଟ୍ରାପ୍ ରେ ଗୁପ୍ତ ତଥ୍ୟ ଲିକ୍ କରାଯାଉଥିବା କଥା ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.