ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ୪ଟି ଏନଡ଼ିଆରଏଫ୍ ଟିମ୍ ନିୟୋଜିତ

ଭୁବନେଶ୍ୱର, ସେପ୍ଟେମ୍ବର 16 : ପୁର୍ବ ୩ଦିନ ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟର ଅବସ୍ଥା ବର୍ତ୍ତମାନ ବେହାଲ ହୋଇପଡ଼ିଛି ।ଫଳରେ କେଉଁଠି ରାସ୍ତାରେ ଅଣ୍ଟାଏ ଅଣ୍ଟାଏ ପାଣି ତ ଆଉ କେଉଁଠି ଘରେ ପସିଛି ବର୍ଷା ଜଳ ।ତେବେ ଏପରି ପରିସ୍ଥିତିରେ ନଦୀରେ ବନ୍ୟା ଆଶଙ୍କା କରାଯାଉଛି ଫଳରେ ଆଗରୁ ପ୍ରସ୍ତୁତ ହୋଇପଡ଼ିଛନ୍ତି ସରକାର ତେଣୁ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ୪ଟି ଏନଡ଼ିଆରଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି । କେନ୍ଦ୍ରାପଡ଼ା,କଟକ,ପୁରୀ,ଭଦ୍ରକରେ ଏହି ଏନଡ଼ିଆରଏଫ୍ ଟିମ୍ ନିୟୋଜିତ ଥିବା ସୁଚନା ମିଳିଛି । ପ୍ରତି ଟିମ୍‌ରେ ୨୫ଜଣ ଏନଡ଼ିଆରଏଫ୍ ଯବାନ୍ ଅଛନ୍ତି ।ୋସହିପରି ବାଲେଶ୍ୱରରେ ଏନଡ଼ିଆରଏଫ୍ ରାଫିଡ଼୍ ରେସପନ୍ସ ସେଣ୍ଟରର ଗୋଟିଏ ଟିମ୍ ମଧ୍ୟ ମୁତୟନ ହୋଇଛି ।ଯଦି ପରିସ୍ତିତି ଅଧିକ ଜଟିଳ ହୁଏ ତେବେ ଅଧିକ ଟିମ୍ ମୁଣ୍ଡଳିରେ ପ୍ରସ୍ତୁତ ରହିଥିବା ସୁଚନା ରହିଛି । 

gpkandhamal

ସୁଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଦେବାରେ ଲାଗିଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୩୯ ଫୁଟ ରହିଛି । ତେବେ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୨୪ଟି ଗେଟ ଦେଇ ନିଷ୍କାସିନ ହେଉଛି ବନ୍ୟାଜଳ । 

Umasankar Adv

ଜଳଭଣ୍ଡାର ଭିତରକୁ ୪ ଲକ୍ଷ ୩୫ ହଜାର ୭୮୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ ଜଳ ନିଷ୍କାସନ ହେଉଛି । ସେହିପରି ଉପରମୁଣ୍ଡରେ ବର୍ଷା କାରଣରୁ ଅଧିର ଗେଟ ଖୋଲା ହେବାର ସମ୍ଭାବନା ରହିଛି । 

Leave A Reply

Your email address will not be published.