ତୃତୀୟ ଦିନରେ ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ଚଢାଉ

ମୁମ୍ବାଇ, ସେପ୍ଟେମ୍ବର ୧୭ : ବଢିଲା ଅଭିନେତା ସୋନୁ ସୁଦଙ୍କ ଅଡୁଆ । ଲଗାତାର ତୃତୀୟ ଦିନ ପାଇଁ ସୋନୁଙ୍କ ଘରେ ଆୟକର ବିଭାଗ ଚଢାଉ କରୁଛି । ଏହାସହିତ ସୋନୁ ସୁଦଙ୍କ ସହ ଜଡିତ ଛଅଟି ଭିନ୍ନ ଭିନ୍ନ ଅଞ୍ଚଳରେ ଏହି ଚଢାଉ କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । 

gpkandhamal

ସୋନୁ ସୁଦଙ୍କ ଆୟ ଓ ଖର୍ଚ୍ଚ ବାବାଦରେ ଆୟକର ବିଭାଗ ଯାଞ୍ଚ କରୁଥିବା କୁହାଯାଉଛି । ଆୟକରରେ ହେରଫେର ହୋଇଥିବା ସୂଚନା ମିଳିଛି । ଏପରିକି ଆଇଟି ଟିମ୍ ସୋନୁ ସୁଦହ୍‌କ ୪ଟି ଫାଉଣ୍ଡେସନର ଆକାଉଣ୍ଟ ମଧ୍ୟ ଯାଞ୍ଚ କରିପାରେ । ଏନେଇ ଖୁବଶୀଘ୍ର ଆୟକର ବିଭାଗ ସ୍ପଷ୍ଟ କରିପାରେ ।

Umasankar Adv

ପୂର୍ବରୁ ବୁଧାବାର ଓ ଗୁରୁବାର ମଧ୍ୟ ସୋନୁଙ୍କ ଅଫିସ ଏବଂ ଘରେ ଆୟକର ବିଭାଗ ସର୍ଭେ କରିଥିଲା । ସୋନୁଙ୍କ ମୁମ୍ବାଇସ୍ଥିତ ଘର ସହ ଅନ୍ୟ ୫ଟି ଘର ଓ କାର୍ଯ୍ୟାଳୟରେ ପହଞ୍ଚି ଖୋଲତାଡ କରିଥିଲା ଆଇଟି ଟିମ । ଆୟକର ବିଭାଗ ସୋନୁଙ୍କ ସମ୍ପତ୍ତିର ସର୍ଭେ କରିଛି । ଅଭିନେତାଙ୍କ ବ୍ୟାଙ୍କ ଆକାଉଣ୍ଟକରେ ଅର୍ଥ ହେରଫେର ଅଭିଯୋଗ ଆଧାରରେ ଆଇଟି ଟିମ ଏହି ସର୍ଭେ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.