ମହାନଦୀରେ ବର୍ତ୍ତମାନ ନାହିଁ ବିପଦ ଆଶଙ୍କା

ଭୁବନେଶ୍ୱର, ସେପ୍ଟେମ୍ବର 17 : ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜୁଥିବାରୁ ଏହାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୁଚନା ଦେଇଛନ୍ତି । ସୁଚନା ମୂତାବକ ଉପର ମୁଣ୍ଡରେ ବର୍ଷା କମିଛି ,ହୀରାକୁଦକୁ ଜଳ ପ୍ରବେଶ ମଧ୍ୟ କମିବାରେ ଲାଗିଛି ତେଣୁ ବର୍ତ୍ତମାନ ବନ୍ୟା ସ୍ଥିତି ଆଶଙ୍କା କରାଯାଉନାହିଁ । ବର୍ତ୍ତମାନ ୪.୭୦ ଲ୪ କ୍ୟୁସେକ୍ ପଶୁଛି ଏବଂ ୪.୮୪ ଲକ୍ଷ ନିଷ୍କାସନ ହେଉଛି । 

gpkandhamal

ହୀରାକୁଦରୁ ଆସୁଥିବା ପାଣି କାଲି ସକାଳେ ମୁଣ୍ଡୁଳିରେ ପିକ୍ ଧରିବ ଏବଂ କାଲି ସକାଳେ ମୁଣ୍ଡଳିରେ ସାଢେ ୭ରୁ ୮ଲକ୍ଷ କ୍ୟୁସେକ୍ ପାଣି ଯିବ । ତେଣୁ ଏସବୁକୁ ଦେଖିଲେ ମହାନଦୀରେ ବିଶେଷ କିଛି ସମସ୍ୟା ଆଶା କରାଯାଉନି ବୋଲି କହିଛନ୍ତି ଏସଆରସି । ସେପଟେ ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତିକୁ ନେଇ ଏସଆରସି ମଧ୍ୟ ସୁଚନା ଦେଇଛନ୍ତି ।

Umasankar Adv

ବୈତରଣୀ ,ବୁଢାବଳଙ୍ଗ ଏବଂ ଜଳକା ନଦୀ ଜଳସ୍ତର କମୁଛି କିନ୍ତୁ ସୁବର୍ଣ୍ଣରେଖା ଜଳସ୍ତର ବଢୁଛି ଯାହା ଆଜି ରାତିରେ ପିକ୍ ଛୁଇଁବ । ଆଜି ରାତିରେ ରାଜଘାଟଠାରେ ଜଳସ୍ତର ୧୧୫ ମିଟର ପହଂଚି ପାରେ ।  ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଯୋଗୁଁ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି ଆଶା କରାଯାଇଛି । ଭୋଗରାଇ ଓ ବାଲିଆପାଳର କିଛି ତଳି ଅଚଂଳରେ ପାଣି ପଶିପାରେ । ତେଣୁ ଏଥିପାଇଁ ଜିଲ୍ଲା ପ୍ରଶାସନ ପୁରା ସଜାଗ ଥିବା କଥା ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.