ଆଜି ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ

ପୁରୀ,ସେପ୍ଟେମ୍ବର 17 : ଆଜି ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ । ଆଜି ଭକ୍ତମାନେ ଦର୍ଶନ କରିପାରିବେ ନାହିଁ ସେହି ଚକାନୟନକୁ କାରଣ ଆଜି ପବିତ୍ର କନ୍ୟା ସଂକ୍ରାନ୍ତି ଅର୍ଥାତ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ହୋଇଥିବାରୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି । ଆଜି ମହାପ୍ରଭୁଙ୍କ ପାଶ୍ୱର୍ପରିବର୍ତ୍ତନ ସହିତ ବଡସିଂହାର ବେଶ ମଧ୍ୟ ଅନୁଷ୍ଠିତ ହେବ ।

gpkandhamal

ଏହା ସହିତ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଓ ବାମନ ଜନ୍ମ ନୀତି ଅନୁଷ୍ଠିତ ହେଉଛି । ଏହି ନୀତି ପାଳନ ପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତକାନ୍ତି ଆରମ୍ଭ ହୋଇଛି ।

Umasankar Adv

ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କ ମହାସ୍ନାନ କରାଯାଇ ନୂଆଲୁଗା ଓ ଚନ୍ଦନ ଲାଗି କରାଯାଇଥିଲା । ସନ୍ଧ୍ୟା ଆଳତୀ ପରେ ଏକାଦଶୀ ବେଢାକୁ ମଦନମୋହନ ବିଜେ କରିବା ପରେ ବେଢା ପରିକ୍ରମା କରି ଅନ୍ୟାନ୍ୟ ନୀତି କାନ୍ତି କରାଯିବ ।

Leave A Reply

Your email address will not be published.