ଗ୍ୟାସ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ

ଯାଜପୁର,ସେପ୍ଟେମ୍ବର ୧୭ : ଯାଜପୁର କଡେଇ ଛକ ନିକଟରେ ଗ୍ୟାସ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥରେ ଗ୍ୟାସ ଟ୍ୟାଙ୍କରକୁ ଏକ ବାଇକ ଧକ୍କା ହୋଇଥିଲା । ଏହା ପରେ ବାଇକ ଟି ଟ୍ୟାଙ୍କର ତଳେ ପସି ଯାଇଥିଲ । ଏହି ସମୟରେ ଟ୍ୟାଙ୍କରର ଟାୟାର ଫାଟି ଯାଇଥିଲା । ଏଥିରେ ବାଇକରେ ଥିବା ଦୁଇ ଜଣ ଆହାତ ହୋଇଥିଲେ । ସେମାନଙ୍କୁ ବଡଚଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

gpkandhamal

ଦୁର୍ଘଟଣା ପରେ ଟ୍ୟଙ୍କରରୁ ଗ୍ୟାସ୍ ନିର୍ଗତ ହେବା ପରେ ସ୍ଥାନୀୟ ଲୋକେ ଭୟଭିତ ହୋଇଯାଇଥିଲେ । ଏହା ପରେ ଘଟଣା ସ୍ଥଳରେ ଚାଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ କରିଥିଲେ । ଦୁର୍ଘଟଣା କାରଣରୁ ଯାତାୟତ ପ୍ରଭାବିତ ହୋଇଛି । ଏବେ ଏନଏଚ୍‌ର ଗୋଟିଏ ପାଶ୍ୱର୍ରେ ଗାଡି ଯାତାୟତ କରୁଛି । ଘଟଣ ସ୍ଥଳରେ ପୋଲିସ ପହଁଞ୍ଚି ଘଟଣାର ଅନୁଧ୍ୟାନ କରୁଛି ।

Umasankar Adv
Leave A Reply

Your email address will not be published.