ଆସାମ ସରକାରଙ୍କ ନୂଆବର୍ଷ ଉପହାର

ଗୁଆହାଟୀ, ଡିସେମ୍ବର ୧ ୧ : ଆସାମ ସରକାର ନୂଆବର୍ଷର ଉପହାର ଭାବେ ନିଜର କର୍ମଚାରୀଙ୍କୁ ପ୍ରଥମ ସପ୍ତାହରେ ୪ ଦିନ ଛୁଟି ଦେଇଛି। ଏହା ଦ୍ବାରା କର୍ମଚାରୀମାନେ ନିଜର ମାତା-ପିତା ଅଥବା ଶ୍ବଶୁର ଘର ଲୋକଙ୍କୁ ଭେଟିପାରିବେ। ରାଜ୍ୟ ସରକାରଙ୍କ କର୍ମଚାରୀ ଜାନୁଆରି ପ୍ରଥମ ସପ୍ତାହରେ ୨ ଦିନ ଆକସ୍ମିକ ଛୁଟି ସହିତ ୪ ଦିନ ଛୁଟିରେ ରହିପାରିବେ।  ଆସାମ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ୬ ଏବଂ ୭ରେ ଜାନୁଆରୀ, ୨୦୨୨ରେ ୨ଟି ଛୁଟି ଦିଆଯାଉଛି। ସେହିପରି ୮ ଓ ୯ ତାରିଖରେ ମଧ୍ୟ କର୍ମଚାରୀଙ୍କୁ ଛୁଟି ଦିଆଯାଇପାରିବ। ଏହି ସମୟରେ କର୍ମଚାରୀମାନେ ପରିବାର ଲୋକଙ୍କ ସହିତ ସମୟ କାଟିପାରିବେ। ଏହା ପୂର୍ବରୁ ଆସାମ କ୍ୟାବିନେଟ ଗତ ମାସ ୨୪ ତାରିଖରେ ବୋଙ୍ଗାଇଗାଁରେ ହୋଇଥିବା ବୈଠକରେ ନିଷ୍ପତ୍ତି ନେଇଥିଲା। ମୁଖ୍ୟମନ୍ତ୍ରୀ ଡ. ହିମନ୍ତା ବିଶ୍ବସର୍ମା କହିଛନ୍ତି, ରାଜ୍ୟ ସରକାର ଆଗାମୀ ୬ ଓ ୭ ତାରିଖକୁ ସରକାର କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି। ଏଥି ସହିତ ୮ ଓ ୯ରେ ସାଧାରଣ ଛୁଟି କ୍ରମଶଃ ଦ୍ବିତୀୟ ଶନିବାର ଓ ରବିବାର ହେବ।

Leave A Reply

Your email address will not be published.