ଆଜି ଉତ୍ତରପ୍ରଦେଶ ଗସ୍ତରେ ରହିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ଡିସେମ୍ବର ୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉତ୍ତରପ୍ରଦେଶର ବଳରାମପୁର ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ମୋଦୀ ସରଯୂ ନହର ରାଷ୍ଟ୍ରୀୟ ପ୍ରକଳ୍ପର ଉଦ୍‌ଘାଟନ କରିବେ, ଯାହା ଦ୍ବାରାକି ୧୪ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ପାଣି ଦିଆଯାଇପାରିବ। ଏହି ଜଳସେଚନ ପ୍ରକଳ୍ପ ଦ୍ବାରା ୨୯ ଲକ୍ଷ ଚାଷୀଙ୍କୁ ଲାଭ ହେବ। ଜାତୀୟ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଏହି ସୂଚନା ଦିଆଯାଇଛି।  ପିଏମ୍‌ଓ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ବାହରାଇଚ, ଶ୍ରାବସ୍ତି ଏବଂ ବଳରାମପୁର ଦେଇ ଗୋରଖପୁରକୁ ଯାଇଥିବା ୩୧୮ କିଲୋମିଟର ଲମ୍ବ ଏବଂ ୯୮୦୦ କୋଟି ଟଙ୍କାର ନିର୍ମିତ ସରଯୁ ନହର ରାଷ୍ଟ୍ରୀୟ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଉତ୍ତରପ୍ରଦେଶ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍‌ କରିଛନ୍ତି।

Leave A Reply

Your email address will not be published.