ମହାରାଷ୍ଟ୍ର: ସାଢ଼େ ୩ ବର୍ଷର ଶିଶୁ ଓମିକ୍ରନ୍‌ ଚିହ୍ନଟ

ମୁମ୍ବାଇ, ଡିସେମ୍ବର ୧୧ : ମହାରାଷ୍ଟ୍ରରେ ଶୁକ୍ରବାର ଓମିକ୍ରନ ସହିତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ପୁଣେ ଅଞ୍ଚଳର ଜଣେ ସାଢ଼ ୩ ବର୍ଷର ଶିଶୁ ମଧ୍ୟ ସାମିଲ ଅଛି। ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ଭାଇରସର ନୂଆ ଭାରିଆଣ୍ଟରେ ମୋଟ ୧୭ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୬୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଶୁକ୍ରବାର ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ୭ ଓମିକ୍ରନ ପଜିଟିଭଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ମୁମ୍ବାଇ ବାସିନ୍ଦା। ସ୍ବାସ୍ଥ୍ୟ ବିଭାଗର ଅନୁସାରେ ରାଷ୍ଟ୍ରୀୟ ବିଷାଣୁ ବିଜ୍ଞାନ ପ୍ରତିଷ୍ଠାନ (ଏନ୍‌ଇଭି)ର ସଦ୍ୟତମ ରିପୋର୍ଟ ଅନୁସାରେ ରାଜ୍ୟରେ ୭ ଜଣ ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି। ମୁମ୍ବାଇରେ ୩ ଓ ପିମ୍ପରୀ ଚିଞ୍ଚୱଡନଗରରେ ୪ ଜଣ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମୁମ୍ବାଇର ୩ ଜଣ ରୋଗୀ ନିକଟରେ ତାଞ୍ଜାନିଆ, ବ୍ରିଟେନ୍‌ ଓ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ଏମାନଙ୍କ ବୟସ ଯଥାକ୍ରମେ ୪୮, ୨୫ ଓ ୩୭ ବର୍ଷ। ପୁଣେ ଜିଲ୍ଲା ପିମ୍ପରୀ ମହାମନଗର ନିଗମ ଅଞ୍ଚଳରେ ଓମିକ୍ରନରେ ୪ ଜଣ ସଂକ୍ରମିତ ହୋଇଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଏମାନେ ସ‌ମସ୍ତେ ୨ ଜଣ ନାଇଜେରିଆର ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ, ଯେଉଁମାନଙ୍କୁ କି ପୂର୍ବରୁ ଓମିକ୍ରନ୍‌ ହୋଇଥିଲା। ୭ ଜଣଙ୍କ ମଧ୍ୟରୁ ୪ ଜଣ କୋଭିଡ ଟିକାର ୨ ଡୋଜ ନେଇଥିଲେ। ୪ ଜଣଙ୍କର ଠାରେ କୌଣସି ଲକ୍ଷଣ ନଥିଲା। କିନ୍ତୁ ଅନ୍ୟ ୩ ଜଣଙ୍କର ଠାରେ ଲକ୍ଷଣ ଥିଲା। 

Leave A Reply

Your email address will not be published.