ଦୁର୍ଘଟଣା ପରେ ୨ ଦିନ ହେବ ନିଖୋଜ ଥିବା ଯୁବକଙ୍କ ମିଳିଲା ମୃତଦେହ

ପୁରୀ,ଡିସେମ୍ବର 13 : ପ୍ରଥମେ ଦୁର୍ଘଟଣା ପରେ ନିଖୋଜ ଏବଂ ମୃତ୍ୟୁ । ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଡ଼ମୃଗଶିର ଅଞ୍ଚଳରେ ଘଟିଛି ଏପରି କିଛି ଘଟଣା । ଗତ ଦୁଇ ଦିନ ତଳେ ଜଣେ ଯୁବକ ବ୍ରହ୍ମଗିରି ବ୍ଲକ ସାନବନ୍ଧକେରା ଗ୍ରାମର ଚିତରଞ୍ଜନ ପଲାଇଙ୍କ ଦୁର୍ଘଟଣା ହୋଇଥିଲା । ଯାହାକୁ ଗଣମୃଗଶିର ବ୍ରିଜ୍ ନିକଟରେ ଦୁର୍ଘଟଣା ଗସ୍ତ ହୋଇ ପଡ଼ିଥିବାର ଦେଖିଥିଲେ କିଛି ସ୍ଥାନୀୟ ଲୋକମାନେ କିନ୍ତୁ ଏହା ପରେ ଦୁର୍ଘଟଣା ଗସ୍ତ ବାଇକ୍ ମିଳିଥିଲେ ମଧ୍ୟ ଉକ୍ତ ଯୁବକ ଜଣଙ୍କ ମିଳି ନଥିଲେ ତେବେ ଆଜି ବହୁ ଖୋଜାଖୋଜି ପରେ ପୁରୀ ବାଲିଘାଇ ନୂଆନଈ ନିକଟରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ହେଲେ ଏହା ପଛର କାରଣ ଯେତିକି ସନ୍ଦେହ ସୃଷ୍ଟି କରୁଛି ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହେଉଛି କିପରି ହେଲା ମୃତ୍ୟୁ ? କିଏ ଏପରି କାର‌୍ୟ୍ୟ କଲା ଏବଂ ଏହାର କାରଣ କଣ ? ତେବେ ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.