ପାନ ମସଲା ଚାଲାଣ ବେଳେ ଚଢାଉ, ମୋଟା ଅଙ୍କର ଫାଇନ୍ ଆଦାୟ କଲା GST ବିଭାଗ

ସମ୍ବଲପୁର,ଡିସେମ୍ବର 13 : ଗତ କାଲି ବିଳମ୍ବିତ ରାତିରେ ବେଆଇନ ଭାବେ ଗୋଟିଏ ପିକଅପ୍ ଭ୍ୟାନ୍ ସହାୟତାରେ ଯାଉଥିବା ପାନ ମସଲା ଉପରେ ଜିଏସଟି ବିଭାଗ ତରଫରୁ ଚଢାଉ ହୋଇଛି । ଫଳରେ ପାନ ମସଲା ନେଉଥିବା ବେପାରୀଙ୍କ ଠାରୁ ୧ ଲକ୍ଷ ୭୭ ହଜାର ୧୭୧ ଟଙ୍କା ଫାଇନ୍ କରାଯାଇଛି । ସେହି ବ୍ୟବସାୟୀଙ୍କ ନାଁ ହେଉଛି ପ୍ରମୋଦ କୁମାର ଅଗ୍ରଓ୍ବାଲ । ସୁଚନା ଅନୁସାରେ ସମ୍ବଲପୁର ବୁର୍ଲାରେ ବେଆଇନ ଭାବେ ଗୋଟିଏ ପିକଅପ୍ ଭ୍ୟାନ୍ ସହାୟତାରେ ପାନ ମସଲା ନିଆଯାଉଥିଲା । ଠିକ୍ ଏହି ସମୟରେ ପୋଲିସ୍ କିଛି କାଗଜପତ୍ର ମାଗିଥିଲେ ହେଲେ କାଗଜପତ୍ର ଦେଖାଇ ନପାରିବାରୁ ପୋଲିସ ପାନ ମସଲା ବୋଝେଇ ପିକଅପକୁ ଜିଏସଟି ବିଭାଗକୁ ହସ୍ତାନ୍ତର କରିଥିଲା । ଫଳରେ ଜିଏସଟି ବିଭାଗ ତାଙ୍କ ଠାରୁ ମୋଟା ଅଙ୍କର ଫାଇନ୍ କରିଛି । 

Leave A Reply

Your email address will not be published.