ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୮ କରୋନା ସଂକ୍ରମିତ ଚିହ୍ନଟ,୨୩୩ ସୁସ୍ଥ

ଭୁବନେଶ୍ୱର, ଡିସେମ୍ବର ୧୩ : ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୫୧୭୫୨ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୭୩ ଜଣ ଲୋକାଲ କେସ୍ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ୍ ବୟସର ୩୭ ଜଣ ପଜିଟିଭ ରହିଛନ୍ତି।  ଅନୁଗୁଳ ୨,ବାଲେଶ୍ୱରରୁ ୩, ବରଗଡରୁ ୧, ଭଦ୍ରକରୁ ୧, କଟକରୁ ୧୩,ଦେଓଗଡ୨, ଢେଙ୍କାନାଳ ୫,ଜଗତସିଂପୁର୨, ଝାରସୁଗୁଡାରୁ ୨, ଯାଜପୁର ୫, କେନ୍ଦ୍ରାପଡାରୁ ୧, ଖୋର୍ଦ୍ଧାରୁ ୮୫,କେଉଁଝର ୨, କୋରାପୁଟ ୧, ମୟୂରଭଞ୍ଜରୁ ୬, ପୁରୀ ୩, ସମ୍ବଲପୁରରୁ ୧୫, ସୁନ୍ଦରଗଡରୁ ୧୦ ଓ ଷ୍ଟେଟ ପୁଲରୁ ୧୯ ଜଣ ରହିଛନ୍ତି। 

Leave A Reply

Your email address will not be published.