କନ୍ଧମାଳ ପୋଲିସର ଗଞ୍ଜେଇ ଚାଷ ବିନାଷ ଅଭିଯାନ

କନ୍ଧମାଳ ,ଡିସେମ୍ବର ୧୩: ରାଜ୍ୟରେ ନିଶାଦ୍ରବ୍ୟ ସାମଗ୍ରୀ ଉପରେ ରୋକ ଲଗାଇବା ଲାଗି ପୋଲିସ ଜୋରଦାର ଚଢାଉ ସହିତ କରାଯାଇଥିବା ହେକ୍ଟର ହେକ୍ଟର ଜମିରୁ ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ଲାଗିଛି । କନ୍ଧମାଳ ଜିଲ୍ଲାର ବାଲିଗୁଡା ।ଞ୍ଚଳରେ ପୋଲିସ ବିପୁଳ ମାତ୍ରାର ଗଞ୍ଜେଇ ଚାଷ ନଷ୍ଟ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସିନ୍ଦ୍ରିଗାଁ ପଞ୍ଚାୟତର ମହାସିଙ୍ଗପଙ୍ଗା ଏବଂ ଡଙ୍ଗ୍ରିପଡା ଗାଁରେ ପୋଲିସ ୧୬୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରିଛି । ଏହି ଗଞ୍ଜେଇର ମୂଲ୍ୟ ୧୫ କୋଟିରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି । ତେବେ ଏହି ମାମଲାରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ପୁର୍ବରୁ ସୁଡ୍ରେଜୁ ପଞ୍ଚାୟତ ଅଧୀନରେ ଥିବା ଘାଟିକମ୍ପା, ଡାକାଙ୍ଗି, ଗାଟିକମ୍ପା ଗାଁ ଅଞ୍ଚଳରେ ସଦର ପୋଲିସ ଦ୍ୱାରା ମିଳିତ ଚଢାଉରେ ୧୨୮ ଏକରରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା । ସେହିପରି ୧୧ ତାରିଖରେ କାଟ୍ରିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ପାଙ୍ଗାପାଜୁ ଏବଂ ଗଣ୍ଡାରାମର ଗୋଚାପଡା ପୋଲିସ ଦ୍ୱାରା ମିଳିତ ଚଢାଉରେ ୧୬୪ ଏକରରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା । 

Leave A Reply

Your email address will not be published.