ଆଇନ ମନ୍ତ୍ର ପ୍ରତାପ ଜେନାଙ୍କ ଉପରକୁ ଚପଲ ମାଡ

କେନ୍ଦ୍ରାପଡା,ଡିସେମ୍ବର ୧୩ : ଆଇନ ମନ୍ତ୍ର ପ୍ରତାପ ଜେନାଙ୍କ ଉପରକୁ ଏକ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥୀ ଗହଣରେ ଚପଲ ଫିଙ୍ଗା ଯାଇଛି । ଏହା ପରେ ଚପଲ ଫିଙ୍ଗିଥିବା ଯୁବକଙ୍କୁ ବିଜେଡି କର୍ମିମାନେ ମାଡ ମାରି ଲହୁ ଲୁହାଣ କରି ଦେଇଥିଲେ । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଉକ୍ତ ଯୁବକଙ୍କ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା।  ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଜ ନିର୍ବାଚନମଣ୍ଡଳୀ ମହଙ୍ଗାଠାରେ ଏଭଳି ଅଭାବନିୟ ପରିସ୍ଥିତିର ସାମ୍ନା କରିଛନ୍ତି। ଜନତାଙ୍କୁ ସମ୍ବୋଧିତ କରିବା ପରେ ଜେନା ଷ୍ଟେଜ୍‌ରେ ବସିଥିଲେ ସେହି ସମୟରେ ଜନତାଙ୍କ ମଧ୍ୟରୁ ଜଣେ ତାଙ୍କୁ ଟାର୍ଗେଟ କରି ଚପଲ ଫିଙ୍ଗିଥିଲେ । ତେବେ ଚପଲ ମନ୍ତ୍ରୀଙ୍କୁ ଛାଡି ତାଙ୍କ ସୁରକ୍ଷା କର୍ମୀଙ୍କଠାରେ ମାଡ ହୋଇଥିଲା। ଏହି ଘଟଣା ପରେ କାର୍ଯ୍ୟକ୍ରମରେ ଉତ୍ତେଜନା ଦେଖାଦେଇଥିଲା । ତେବେ ମହଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀ ସନ୍ଦେହ ଘେରରେ ଅଛନ୍ତି । ଚଳିତ ବର୍ଷ ଜାନୁଆରୀରେ ବିଜେପି ନେତା କୁଲମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟାସିଂହା ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

Leave A Reply

Your email address will not be published.