ବ୍ରିଟେନ୍‌ରେ ଡରାଉଛି କରୋନାର ନୂଆ ଭାରିଆଣ୍ଟ

ଇଂଲଣ୍ଡ, ଡିସେମ୍ବର ୧୩ : ବ୍ରିଟେନ୍‌ରେ କ‌ୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଦ୍ବାରା ୧୨୦୦ରୁ ଊର୍ଦ୍ଧ୍ବ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି। ୟୁକେ ସରକାରଙ୍କ ଅନୁମାନ ଯେ, ଚଳିତ ମାସ ସୁଦ୍ଧା ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିବ। ବିଗତ ଦିନରେ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଥିଲା ଯେ, ୟୁକେରେ କରୋନାର ନୂଆ ଭାରିଆଣ୍ଟକୁ ନେଇ ଅବସ୍ଥା ଖରାପ ହୋଇପାରେ।  ସର୍ଭେ ସଂସ୍ଥା ଅନୁସାରେ ୟୁକେ ସରକାର ରବିବାର ଦେଶର କରୋନା ଭାଇରସ ଆଲର୍ଟ ଲେବେଲ ୩ରୁ ୪ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। କୋଭିଡ-୧୯ର ଓମିକ୍ରନ ଭାରିଆଣ୍ଟ ଦିନକୁ ଦିନ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ଓମିକ୍ରନରେ ସଂକ୍ରମିତଙ୍କ ସଂଖ୍ୟା ୩୧୩୭ରେ ପହଞ୍ଚିଛି। ଏଥିରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୧୨୩୯।  ୟୁକେ ସ୍ବାସ୍ଥ୍ୟ ସୁରକ୍ଷା ସଂସ୍ଥାର ପରାମର୍ଶରେ ଇଂଲଣ୍ଡ, ସ୍କଟଲାଣ୍ଡ, ୱେଲ୍ସ ଓ ଉତ୍ତର ଏୟାରଲାଣ୍ଡର ମୁଖ୍ୟ ଚିକିତ୍ସା ଅଧିକାରୀ ଆଲର୍ଟ ଲେବେଲ ବଢ଼ାଇ ଦେଇଛନ୍ତି। 

Leave A Reply

Your email address will not be published.