କନ୍ଧମାଳ ଆସୁଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ ଛେଲା କୁମାର

ଫୁଲବାଣୀ : କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଆଗାମୀ ନିର୍ବାର୍ଚନ କୁ ଦୃଷ୍ଟିରେ ରଖି 19ତାରିଖରେ ଫୁଲବାଣୀରେ ଏକ ମିଶ୍ରଣ ପର୍ବ ଓ ସାଧାରଣ ସଭା କରିବା ନିଷ୍ପତି କରିଛି । ଏଥି ପାଇଁ ଫୁଲବାଣୀ ନେତାଜୀ କ୍ଲବ ରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଅନାମ ନାୟକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ଲୋକ କଂଗ୍ରେସ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା କଂଗ୍ରେସ କମିଟିର ସଭାପତି ହେବାପରେ ୧୨ଟି ବ୍ଲକରେ ସଙ୍ଘଠନ ସୁଦୃଢ କରିବା ପ୍ରୟାସ ଜାରି ରଖିଛନ୍ତି । କୌଣସି କଂଗ୍ରେସ ସଭାପତି ଏଭଳି ବୁଲିବୁଲି ସଭା ସମିତି କରି ସଙ୍ଘଠନ କରିନଥିଲେ । ବିଜେଡି ର ଦୀର୍ଘ ଦିନ ଶାସନ ରେ କଂଗ୍ରେସ ଲୋକ ବିଜେଡିରେ ମିଶି ଯାଉଥିବାବେଳେ କନ୍ଧମାଳ ରେ ଅନାମ ନାୟକ କଂଗ୍ରେସ ଦଳକୁ ସୁଦୃଢ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇ ଛନ୍ତି । ସମ୍ପ୍ରତି ଦାରିଙ୍ଗବାଡିରେ ଏକ ବଡ ଧରଣର ମିଶ୍ରଣ ପର୍ବ କରିଥିଲେ । ଆସନ୍ତା ୧୯ରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଛେଲା କୁମାର ସାଧାରଣ ସେବାରେ ଯୋଗ ଦେବେ । ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟନାୟକ, ଖଡ଼ିଆଳ ବିଧାୟକ ଅଧୀରଞ୍ଜନ ପାଣିଗ୍ରାହୀ, ରାଜ୍ୟ ଅବସି ଚେରମ୍ୟାନ ଜ୍ଞାନଦେବ ମୋହନ ବେହୁରା, ତାରାପ୍ରସାଦ ବାହିନୀପତି, ରମେଶ ଜେନା, କନ୍ଧମାଳ ପ୍ରଭାରୀ ବିସ୍ମୟ ମହାପାତ୍ର, ହୁସସେ ଖାନ, ଜଙ୍ଗେଶ୍ୱର ବାବୁ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗଦେବେ ବୋଲି ରାଜ୍ୟ ପିସିସି ସମ୍ପାଦକ ଚନ୍ଦ୍ର ଶେଖର ପରିଡା ପ୍ରକାଶ କରିଛନ୍ତି । ଆସନ୍ତାକାଳି ଯୁବ କଂଗ୍ରେସ ଏସପି ଅଫିସ ଘେରାଉ କରିବ ବୋଲି ସଭାପତି ବସନ୍ତ ପାଢ଼ୀ କହିଛନ୍ତି । ପିସିସି କାର୍ଯ୍ୟାଳୟ ରେ ପୋଲିସ ପଶି ମାଡ଼ ମାରିବା ର ପ୍ରତିବାଦ କରିବ ଯୁବ କଂଗ୍ରେସ।ପ୍ରସ୍ତୁତି ବୈଠକରେ ପୂର୍ବତନ ଏମପି ରାଧାକାନ୍ତ ଡିଗଲ, ନଗର କଂଗ୍ରେସ ସଭାପତି ଶିବଶଙ୍କର ବେହେରା, ବୁଢା ଦାସ, ପ୍ରଫୁଲବେହେରା, ମିକା ମହାପାତ୍ର ଆଇନଜୀବୀ ବିଜୟ ମହାନ୍ତି, ନୃସିଂହ ଶତପଥି (ପୂର୍ବତନ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନ ଙ୍କ ପ୍ରତିନିଧି,)ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.