ଦିନିକିଆ ସିରିଜ୍‌ରୁ ବିରତି ମାଗିଲେ ବିରାଟ କୋହଲି

ନୂଆଦିଲ୍ଲୀ,ଡିସେମ୍ବର ୧୪: ଭାରତ ଟେଷ୍ଟ ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ଖେଳିନପାରନ୍ତି । କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଝିଅ ଭାମିକାକୁ ଜାନୁୟାରୀ ଗୋଟିଏ ବର୍ଷ ପୁରିବାକୁ ଯାଉଛି । ଏଥିପାଇଁ କୋହଲି ତାଙ୍କ ପରିବାର ସହିତ କିଛି ସମୟ ଅତିବାହିତ କରିବାକୁ ଜାନୁଆରୀରେ ବିସିସିଆଇକୁଏକ ଛୋଟ ବିରତି ମାଗିଛନ୍ତି। ଏହାର ଅର୍ଥ ହେଉଛି ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରୁ ବଞ୍ଚିତ ହେବେ।” ଗତକିଛି ଦିନ ହେବ ବିରାଟ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦବିରୁ ହଟାଇ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ନିଯୁକ୍ତି କରିବା ପରଠାରୁ ବିଭିନ୍ନ ଆଲୋଚନା ଏବଂ ସମାଲୋଚନା ଚାଲିଛି । ଏହି ବିଷୟରେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ବିରାଟଙ୍କୁ ଟି-୨୦ ଅଧିନାୟକ ପଦରୁ ଇସ୍ତଫା ନଦେବାକୁ ଅନୁରୋଧ କରିଥିଲା କିନ୍ତୁ ସେ ରାଜି ହୋଇନଥିଲେ।  ଏବଂ ଚୟନକର୍ତ୍ତାମାନେ ଦୁଇଟି ହ୍ୱାଇଟ-ବଲ୍ ଫର୍ମାଟ୍ ପାଇଁ ଦୁଇଟି ଭିନ୍ନ କ୍ୟାପଟେନ୍ ରହିବା ଠିକ୍ ମନେ କଲେ ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି । “ତେଣୁ ନିଷ୍ପତ୍ତି ନିଆଗଲା ଯେ ବିରାଟ ଟେଷ୍ଟ ଅଧିନାୟକ ଭାବରେ କାର୍ଯ୍ୟ କରିବେ ଏବଂ ରୋହିତ ହ୍ୱାଇଟ-ବଲ୍ ଫର୍ମାଟ୍ କ୍ୟାପଟେନ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ମୁଁ ବ୍ୟକ୍ତିଗତ ଭାବରେ ବିରାଟ କୋହଲିଙ୍କ ସହ କଥା ହୋଇଛି ଏବଂ ଚୟନକର୍ତ୍ତାଙ୍କ ଅଧ୍ୟକ୍ଷ ମଧ୍ୟ ତାଙ୍କ ସହ କଥା ହୋଇଛନ୍ତି, ରୋହିତ ଶର୍ମାଙ୍କ ନେତୃତ୍ୱ ଦକ୍ଷତା ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ବିରାଟ ଟେଷ୍ଟ ଅଧିନାୟକ ଭାବରେ ଜାରି ରଖିବେ। 

Leave A Reply

Your email address will not be published.