ବାଇକ୍‌ରେ ଆସି ବସ୍‌ ଉପରେ ତିନି ପାର୍ଶ୍ବରୁ ଗୁଳି କଲେ ଆତଙ୍କବାଦୀ

ଶ୍ରୀନଗର, ଡିସେମ୍ବର ୧୪ : ଜମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗରରେ ସୋମବାର ପୋଲିସ ବସ୍‌ ଉପରେ ଆତଙ୍କବାଦୀ ମାନେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ପୋଲିସ କର୍ମୀ ସହିଦ ହୋଇଛନ୍ତି। ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ୧୨ ଜଣ ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।  ଜେୱନ ଅଞ୍ଚଳରେ ହୋଇଥିବା ଏହି ଆକ୍ରମଣ କରିବା ପୂର୍ବରୁ ଆତଙ୍କବାଦୀମାନେ ପୂରା ଯୋଜନା ପ୍ରସ୍ତୁତ କରିଥିଲେ। ସେମାନେ ବାଇକ୍‌ରେ ଆସି ପୋଲିସ ବସ୍‌ର ୩ ପାର୍ଶ୍ବରୁ ଆକ୍ରମଣ କରିଥିଲେ। ସୁରକ୍ଷାବାହିନୀ ଏହି ଅଞ୍ଚଳରେ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରି ଆକ୍ରମଣ ଘଟଣାର ପୂରା ସୂଚନା ମାଗିଛନ୍ତି।  ରିପୋର୍ଟ ଅନୁସାରେ ପୋଲିସ କର୍ମୀମାନେ ଯେତେବେଳେ ଡ୍ୟୁଟିରୁ ଫେରୁଥିଲେ, ଜେୱନସ୍ଥିତ ପୋଲିସ ମୁଖ୍ୟାଳୟ ନିକଟରେ ଆତଙ୍କବାଦୀମାନେ ବାଇକ୍‌ ଉପରେ ଅଙ୍କୁଶ ଲଗାଇ ବସିଥିଲେ। ଘଟଣାସ୍ଥଳରେ ବସ୍‌ ପହଞ୍ଚିବା ମାତେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ପାଖରେ ଅସ୍ତ୍ର ନଥିବାରୁ ପୋଲିସ କର୍ମୀମାନେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇପାରି ନଥିଲେ। ଅନ୍ୟପଟରେ ଏହା ଏକ ବୁଲେଟ୍‌ ପ୍ରୁଫ୍‌ ବସ୍‌ ନଥିଲା। ଏଥି ପାଇଁ ଆତଙ୍କବାଦୀଙ୍କ ଗୁଳିରୁ ଯବାନମାନେ ବର୍ତ୍ତିଯାଇ ପାରି ନଥିଲେ। ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀନଗରରେ ସୋମବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଆମର ବୀର ସହିଦ ପୋଲିସକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆବେ ଦୋଷୀଙ୍କୁ ନିଶ୍ଚିତ ଭାବେ ଦଣ୍ଡ ଦେବୁ। ଶୋକ ସନ୍ତପ ପରିବାରକୁ ସମବେଦନ ଜଣାଉଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.