ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କାରେ ୨ ମୃତ

ନବରଙ୍ଗପୁର ,ଡିସେମ୍ବର 14 : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡା ନିକଟରେ ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କାହେବା ଫଳରେ ଘଟଣା ସ୍ଥଳରେ ବାସିନୀ ଗାଁର ବାଇକ ଆରୋହୀ ଧନୃର୍ଜୟ ଗୌଡ ଓ କଙ୍ଗରା ଗ୍ରାମର ଖଗ ଗୌଡଙ୍କ ମୃତ୍ୟୁ ହୋଇଯାଇଛି ।ସୂଚନା ଅନୁସାରେ ବୋଲେର କର୍ମଚାରୀଙ୍କୁ ନେଇ ଯାଉଥିବା ସମୟରେ ବିପରିତ ଦିଗରୁ ଆସିଥିବା ଏକ ବାଇକକୁ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ବାଇକରେ ଆସିଥିବା ଦୁଇ ବାଇକ ଆରୋହୀ ରାସ୍ତା କଡକୁ ଖସି ପଡିଥିଲେ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ । ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ପରେ ଗାଡି ଦୁଇଟିକୁ ପୋଲିସ ଡଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ହେଲେ ଦୁର୍ଘଟଣା ପରେ ବୋଲେର ଡ୍ରାଇଭର କୁଆଡେ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.