ରାତି ୧୦ଟା ପରେ ଫୁଟିବନି ବାଣ, ବାଜିବନି ଡିଜେ

ଭୁବନେଶ୍ୱର, ଡିସେମ୍ବର ୧୪ : କଟକଣା ଏବେ କଡାକଡି କରାଯାଇଛି । ରାତି ୧୦ଟା ପରେ ବିବାହ ପ୍ରସେସନରେ ଡିଜେ ବଜାଇ ପାରିବେନି । ଏହାସହିତ ବାଣ ମଧ୍ୟ ଫୁଟାଇ ପାରିବେନି । ଏନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ କଟକଣା କଡାକଡି କରାଯାଇଛି । ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି କୌଣସି ସ୍ଥାନରେ କଟକଣା ଉଲ୍ଲଂଘନ ହେଉଛି ତେବେ କମିଶନରେଟ ପୋଲିସକୁ ଜଣାଇବାକୁ କୁହାଯାଇଛି । ତେବେ ଡିସିପି କାର୍ଯ୍ୟାଳୟର ନମ୍ବର କିମ୍ବା ୧୧୨କୁ କଲ୍ କରି ଜଣାଇଉବା ପାଇଁ ଡିସିପି କହିଛନ୍ତି । ସେପଟେ କମିଶନରେଟ୍ ପୋଲିସ ପକ୍ଷରୁ ୦୬୭୪୨୫୪୦୨୯୪ ନମ୍ବରକୁ କଲ କରି ଜଣାଇପାରିବେ । ତେବେ କମିଶନରେଟ୍ ପୋଲିସ ପକ୍ଷରୁ ଏଭଳି କଟକଣା ବରିଷ୍ଠ ନାଗିରକ, ପ୍ରସୂତୀ ମହିଳା, ଠୋଚ ପିଲାଙ୍କୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.