ସଂଜୟ ଦାସ ବର୍ମାଙ୍କ ଇସ୍ତଫା ଦାବି କଲେ ବିଧାୟକ ଲଳିତେନ୍ଦୁ

ଭୁବନେଶ୍ୱର,ଡିସେମ୍ବର 14 : ସଂଜୟ ଦାସ ବର୍ମାଙ୍କ ସହଯୋଗୀ ଚିତ୍ତରଂଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ସଂଜୟ ଦାସ ବର୍ମାଙ୍କ ଇସ୍ତଫା ଦାବି କଲେ ବିଧାୟକ ଲଳିତେନ୍ଦୁ ମହାପାତ୍ର । ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁୂ ଦାବି ହୋଇଛି । ସେପଟେ ମୃତ ଚିତ୍ତରଂଜନ ଙ୍କ ପରିବାର ଲୋକ ମଧ୍ୟ ସଂଜୟଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଚିତ୍ତରଞ୍ଜନଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟା ଦାଗ ରହିଥିବାରୁ ତାଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମାଧବୀଲତା ମୃତ୍ୟୁ ବେଳେ ବି ସଂଜୟ ବିବାଦରେ ଥିଲେ ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ମଧ୍ୟ କହିଛନ୍ତି ଲଳିତେନ୍ଦୁ ମହାପାତ୍ର । ତେବେ ଅନ୍ୟ ପଟେ ଚିତ୍ତଙ୍କ ଭଉଣୀ,ଭିଣେଇଙ୍କ ସହ ପୁରୀ ଏସପି ଙ୍କୁ ଭେଟିଛନ୍ତି ସଞ୍ଜୟ । ମାମଲାର କ୍ରାଇମବ୍ରାଞ୍ଜ ଦାବି ମଧ୍ୟ କରିଛନ୍ତି ସଞ୍ଜୟ କିନ୍ତୁ ଚିତ୍ତଙ୍କ ପତ୍ନୀ ଓ ମା ଅଭିଯୋଗ କରିଛନ୍ତି ଏହି ଘଟଣାରେ ସଞ୍ଜୟଙ୍କ ସଂପୃକ୍ତି ଅଛି ।

Leave A Reply

Your email address will not be published.