ଭୁବନେଶ୍ୱର ଡିସିପିଙ୍କ ଅଫିସ୍ ଘେରିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର,ଡିସେମ୍ବର 14 : କଂଗ୍ରେସ ଭବନରେ ପୋଲିସର ବର୍ବରତା ପ୍ରତିବାଦରେ ଛାତ୍ର କଂଗ୍ରେସର ଧାରଣା । ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଛାତ୍ର କଂଗ୍ରେସର ସଦସ୍ୟ । କଂଗ୍ରେସ ଭବନ ପରିସରରେ ପୋଲିସର ବର୍ବରତା ଏବଂ ଦୋଷୀମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଇଛି ଛାତ୍ର କଂଗ୍ରେସ । କେବଳ ଭୁବନେଶ୍ୱର ଡିସିପି ଅଫିସ ନୁହଁ ରାଜ୍ୟର ସମସ୍ତ ଜିଲ୍ଲାର ଏସପିଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛି ଛାତ୍ର କଂଗ୍ରେସ । ସୁଚନା ଅନୁସାରେ ମମିତା ମେହେରଙ୍କ ହତ୍ୟ। ପ୍ରସଙ୍ଗରେ କରାଯାଇଥିବା ଆନ୍ଦୋଳନରେ ପୋଲିସ୍ ତରଫରୁ କଂଗ୍ରେସ ଭବନରେ ପଶି ସଦସ୍ୟଙ୍କୁ ଆକ୍ରମଣ କରାଯାଇଥିଲା । ତେବେ ବର୍ତ୍ତମାନ ଏହାକୁ ନେଇ ରାଜନୌତିକ ମାହୋଲ ଆକ୍ରୋଶ ହେବାରେ ଲାଗିଛି ।

Leave A Reply

Your email address will not be published.