ନୟାଗଡ ମହାବିଦ୍ୟାଳୟର ଅଧ୍ୟାପକ କରୋନା ପଜିଟିଭ୍

ନୟାଗଡ ,ଡିସେମ୍ବର 14 : ସ୍କୁଲ୍ କଲେଜ୍ ରେ ଆରମ୍ଭ ହେଲାଣି କରୋନା କରୋନା ଭୂତାଣୁ ଚିହ୍ନଟ । ଗୋଟିଏ କି ଦୁଇଟି ନୁହେଁ ଏକାଧିକ ଶିକ୍ଷାନୁଷ୍ଠାନ ବର୍ତମାନ କରୋନା ହବ୍ ପାଲଟିଛି । ପ୍ରଥମେ ଭିମସାର ଏବଂ ପରେ ପରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଏହାର ଲକ୍ଷଣ ଦେଖିବାକୁ ମିଳୁଛି । ତେବେ ଏହାରି ଭିତରେ ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟରେ ବର୍ତ୍ତମାନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଛାତ୍ରଛାତ୍ରୀ ନୁହେଁ ଖୋଦ ଫିଜିକ୍ସ ବିଭାଗ ଜଣେ ଅଧ୍ୟାପକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧ୍ୟାପକ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ସମସ୍ତଙ୍କ ଚିନ୍ତା ବଢିଯାଇଛି ।ଫଳରେ ଆସନ୍ତା ୧୬ ତାରିଖ ପର‌୍ୟ୍ୟନ୍ତ ସଂପୃକ୍ତ ବିଭାଗକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ସିଲ୍ କରିଦେଇଛନ୍ତି । ଏଥିଯୋଗୁଁ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ସ୍ଥଗିତ ରହିଥିବା ସୂଚନା ମିଳିଛି । କ୍ଲାସ ରୁମକୁ ସାନିଟାଇଜ୍ ମଧ୍ୟ କରିବା ସହ ଛାତ୍ରଛାତ୍ରୀଙ୍କୁ କରୋନା ପରୀକ୍ଷା କରିବା କୁ କୁହାଯାଇଛି ।

Leave A Reply

Your email address will not be published.