କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ପାଟଣାଗଡରେ ସ୍ଥିତି ଅନୁଧ୍ୟାନ କଲେ ୩ ଜଣିଆ ପ୍ରତିନିଧି ଦଳ

ପାଟଣାଗଡ ,ଡିସେମ୍ବର 14 : କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ଚାଲିଛି ପ୍ରସ୍ତୁତି । ଏନେଇ ପାଟଣାଗଡରେ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟର ଅତିରିକ୍ତ କମିଶନର ଏ ଜ୍ୟୋତିକୁମାରଙ୍କ ନେତୃତ୍ବରେ ୩ ଜଣିଆ ପ୍ରତିନିଧି ବିଦ୍ୟାଳୟ ପାଇଁ ଆବଶ୍ୟକ ପଡୁଥିବା ସ୍ଥାନ ବୁଲି ଦେଖିଛନ୍ତି । କଉଡିଆଠାରେ ଥିବା ୧୦ ଏକର ସରକାରୀ ଜାଗା ବୁଲି ଦେଖିଛନ୍ତି ଏହି ଟିମ୍ । ଏହି ପ୍ରତିନିଧି ଦଳରେ ସମ୍ବଲପୁର ପିଡବ୍ଲୁଡି ନିର୍ବାହୀ ଅଧିକାରୀ ବିକ୍ରା ନାୟକ ଓ ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଆର.କେ. ପାଣିଗ୍ରାହୀଙ୍କ ସହ ପାଟଣାଗଡ ତସିଲଦାର ସାମିଲ ଅଛନ୍ତି । ଲୋକସଭା ସଦସ୍ୟା ସଂଗୀତା ସିଂଦେଓଙ୍କ ଉଦ୍ୟମରେ ପାଟଣାଗଡରେ ଏକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବାକୁ ଲୋକସଭାରେ ଆଗତ କରିଥିଲେ । ଫଳରେ ଆଜି ଆସି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି ।

Leave A Reply

Your email address will not be published.