ଆଜି ରାହୁଲ-ପ୍ରିୟଙ୍କାଙ୍କ ଆମେଥୀ ଗସ୍ତ

ଲଖନଉ, ଡିସେମ୍ବର ୧୮ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ପାରା ସେତିକି ବଢ଼ିବାରେ ଲାଗିଛି। ମୁଖ୍ୟ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନ ପାଇଁ ସଜବାଜ ହୋଇଛନ୍ତି। ବିଭିନ୍ନ ଜିଲ୍ଲାରେ ରାଲି, ସଭାର ଆୟୋଜନ ମଧ୍ୟ ଜାରି ରହିଛି। ଉତ୍ତରପ୍ରଦେଶର ରାଜନୀତିରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ଥିବା ବେଳେ ତାଙ୍କ ସହିତ ରାହୁଲ ଗାନ୍ଧୀ ଆଜି ଆମେଥୀରେ ୧୫କିମି ପଦଯାତ୍ରା କରିବେ।  ଉତ୍ତରପ୍ରଦେଶରେ କଂଗ୍ରେସ ‘ଜନ ଜାଗରଣ ଅଭିଯାନ’ ଆରମ୍ଭ କରିଛି। ଆଜି ଗାନ୍ଧୀ ପରିବାରଙ୍କ ଗଡ଼ କୁହାଯାଉଥିବା ଆମେଥୀରେ ରାହୁଲ ଗାନ୍ଧୀ ୧୫ କିମି ପଦଯାତ୍ରା କରିବେ। ତାଙ୍କ ସହିତ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ରହିବେ। ରାହୁଲ ଗାନ୍ଧୀ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ କୌଲହାଉରୁ ରାମଲୀଳା ପଡ଼ିଆ ପରେ ଜଗଦୀଶପୁର ପାଇଁ ବାହାରିବେ। ଏହା ପରେ ସେ ୧୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ଜଗଦୀଶପୁର-ହରିମଉ ଜନ ଜାଗରଣ ଅଭିଯାନ ପଦଯାତ୍ରାରେ ସାମିଲ ହେବେ।  ଅପରାହ୍ନ ୩ଟାରୁ ୪ଟା କର୍ଣ୍ଣର ମିଟିଂରେ ହରିମାଉରେ ରହିବେ। ଅପରାହ୍ନ ୪ଟାରୁ ସନ୍ଧ୍ୟା ୫ଟା ୧୫ ଯାଏଁ ହରିମଉରୁ ଭୂମଉ ଅତିଥି ଭବନ ପାଇଁ ପ୍ରସ୍ତାନ କରିବେ। ସନ୍ଧ୍ୟା ୬ଟାରେ ଭୂମଉ ଅତିଥି ଭବନକୁ ଯିବେ। ରାହୁଲ ଓ ପ୍ରିୟଙ୍କା ଡିସେମ୍ବର ୧୯ ପୂର୍ବାହ୍ନ ୧୧ଟା ୩୦ରେ ଭୂମଉ ଅତିଥି ଭବନରୁ ରାୟବରେଲୀର ରିଫର୍ମ୍ସ କ୍ଲବ ଯିବେ। ୧୨ଟାରୁ ୨ଟା ଓମ୍ୟାନ୍‌ ଟାଉନ ହଲ୍‌, ରିଫର୍ମ୍ସ କ୍ଲବରେ ରହିବେ। ୪ଟାରେ ରାୟବରେଲିରୁ ଲକ୍ଷ୍ନୌ ପ୍ରସ୍ତାନ କରିବ‌େ।  

Leave A Reply

Your email address will not be published.