ପୁଣି ସ୍ୱାମୀ ଘର ଆଗରେ ଧାରଣାରେ ବସିଲେ ତପସ୍ୱିନୀ

ବ୍ରହ୍ମପୁର, ଡିସେମ୍ବର ୧୮ : ବହୁଚର୍ଚ୍ଚିତ ବ୍ରହ୍ମପୁର ଡାକ୍ତର ସୁମିତ ଓ ତପସ୍ୱିନୀ ମାମଲାରେ ଆସିଛି ନୂଆ ମୋଡ । ପୁଣି ସ୍ୱାମୀ ଘର ଆଗରେ ଧାରଣାରେ ବସିଲେ ତପସ୍ୱିନୀ ଦାସ । ନ୍ୟାୟ ନମିଳିବା ଯାଏଁ ଧାରଣା ଜାରି ରହିବ ବୋଲି ତପସ୍ୱିନୀ କହିଛନ୍ତି । ଗତ ମାସରେ ସେ ସ୍ୱାମୀ ଘର ଆଗରେ ଧାରଣାରେ ବସିଥିଲେ । ତାଙ୍କର ଦାବି ରହିଥିଲା କି ସୁମିତ ତାଙ୍କୁ କୋର୍ଟରେ ବିବାହ କରିଥିଲେ । ଏହାସହିତ ସେ ସ୍ୱାମୀଙ୍କ ଘରେ ୬ ମାସ ରହିଥିଲେ । ପରେ ବେଦିକ ରୀତିନୀତିରେ ବିବାହ କରିବାକୁ କହି ଶ୍ୱଶୂର ଘର ଲୋକେ ତାଙ୍କୁ ବାପା ଘରକୁ ପଠାଇଥିଲେ ।  ପରେ ବିବାହ ନକରିବାରୁ ତପସ୍ୱିନୀ ଧାରଣାରେ ବସଥିଲେ । ୧୧ ଦିନ ଧାରଣା ଦେବା ପରେ ବ୍ରହ୍ମପୁର ଜେଏମଏଫସି କୋର୍ଟ ସୁମିତ ଓ ତପସ୍ୱିନୀଙ୍କୁ ୭ ଦିନ ପାଇଁ ଏକା ସାଙ୍ଗରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ୭ ଦିନ ରହିବା ପରେ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା । କୋର୍ଟ ତପସ୍ୱିନୀଙ୍କ ଭରଣପୋଷଣ ସୁମିତ କରିବେ ବୋଲି କହିଥିଲେ । ଏହା ପରଦିନ ଠାରୁ ସୁମିତ କେଉଁଆଡେ ଚାଲିଯାଇଥିବା ଅଭିଯୋଗ ଆଣିଥିଲେ ପତ୍ନୀ ।  ସେପଟେ ସୁମିତ-ତପସ୍ୱିନୀ ବିବାଦ ମାମଲାରେ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଉପର କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ । ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟରେ ସୁମିତଙ୍କ ଓକିଲ ଆବେଦନ କରିଛନ୍ତି । ପୂର୍ବରୁ ଏସଡିଜେଏମ କୋର୍ଟରେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏକାଠି ରହିବା ନିର୍ଦ୍ଦେଶ ଉପରେ ସୁମିତଙ୍କ ଓକିଲ ଆବେଦନ କରିଥିଲେ ।

Leave A Reply

Your email address will not be published.