୧୨ ବର୍ଷ ପୂର୍ବରୁ ସରିଥିଲା ଅନ୍ତିମ ସଂସ୍କାର, ପରିବାର ଲୋକଙ୍କ ଆଖିରେ ଖୁସି ଆଣିଦେଲା ଏକ ଚିଠି

ବକ୍ସର, ଡିସେମ୍ବର ୧୮ : ଅଚାନକ ୧୨ ବର୍ଷ ପୂର୍ବରୁ ନିଖୋଜ ହୋଇଥିବା ପୁଅର ଚିଠି ମିଳିବା ପରେ ବିହାରର ବକ୍ସରରେ ଏକ ପରିବାରର ଖୁସି ଅନେକ ଗୁଣ ବଢ଼ିଯାଇଛି। ୧୨ ବର୍ଷ ପୂର୍ବରୁ ନିଖୋଜ ଥିବା ଯୁବକ ଏବେ ପାକିସ୍ତାନର ଏକ ଜେଲରେ ଦିନ କାଟୁଛି। ପରିବାର ଲୋକେ ଯେତେବେଳେ ଜାଣିଲେ ଯେ, ତାଙ୍କର ପୁଅ ଜୀବିତ ଅଛି, ନିଜର ଲୁହକୁ ଅଟକାଇପାରି ନାହାନ୍ତି। ପାଖାପାଖି ୧୨ ବର୍ଷ ପୂର୍ବରୁ ବକ୍ସର ଜିଲ୍ଲାର ମୁଫାସିଲ ଥାନା ଅନ୍ତର୍ଗତ ଖିଳଫତପୁର ନିବାସୀ ଛବି ହଠାତ୍‌ ନିଖୋଜ ହୋଇଯାଇଥିଲେ। ସେହି ସମୟରେ ତାଙ୍କର ବୟସ ୧୮ ବର୍ଷ ଥିଲା। ପରିବାର ଲୋକେ ଏଣେ ତେଣେ ଖୋଜାଖୋଜି କରିଥିଲେ। କିନ୍ତୁ ଛବିଙ୍କର କୌଣସି ସନ୍ଧାନ ମିଳିଲା ନାହିଁ। ଏହି ମାମଲାରେ ପୋଲିସ କହିଛି ଯେ, ଏକ ସ୍ବତନ୍ତ୍ର ଶାଖାରୁ ଚିଠି ଆସିଥିଲା ଯେ, ଛବି ନାମରେ ଜଣେ ବ୍ୟକ୍ତି ବକ୍ସରର ଖିଲାଫତପୁରରେ ରହୁଛି। ଆମେ ପୁରା ତଦନ୍ତ ପରେ ରିପୋର୍ଟ ପଠାଇଛୁ। କିନ୍ତୁ ଯୁବକ ଏବେ କେଉଁଠି ଅଛି, ତାହା କୁହାଯାଇ ନାହିଁ। ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କୁ ପୋଲିସ ପାଖରୁ ଜାଣିବାକୁ ମିଳିଥିଲା ଯେ, ଛବି ପାକିସ୍ତାନରେ ଅଛି। ଥାନାରୁ ଛବିର ସତ୍ୟପାଠ ପାଇଁ ଏକ ଚିଠି ଓ ଫଟୋ ଆସିଥିଲା। ଛବିଙ୍କ ପିତାଙ୍କର ପରଲୋକ ହୋଇସାରିଛି। ମା’ ନିଜର ମା ଘରକୁ ଚାଲିଯାଇଛନ୍ତି। ବଡ଼ ଭାଇ ଓ ଭାଉଜଙ୍କୁ ଥାନା ତରଫରୁ କୁହାଯାଇଛି ଯେ, ସମ୍ଭାବିତ ଭାବେ ଛବି ଜୀବିତ ଓ ପାକିସ୍ତାନ ଜେଲରେ ଅଛନ୍ତି। ଏହା ଶୁ ପୂରା ଗାଁରେ ଦୀପାବଳି ଭଳି ଉତ୍ସବ ପାଳନ କରିଛନ୍ତି। କୁହାଯାଉଛି ଯେ, ୧୨ ବର୍ଷ ଆଗରୁ ଛବିକ ମାନସିକ ଅବସ୍ଥା ଠିକ ନଥିଲା। ସେ ପାକିସ୍ତାନ ସରକାରକୁ ନିଜର ପିତାମାତ, ଗାଁ ଓ ପଡୋଶୀଙ୍କ ନାଁ ଠିକ୍‌ ଭାବରେ କହିଥିଲା। କିନ୍ତୁ ସେ ପାକିସ୍ତାନକୁ କେମିତି ପହଞ୍ଚିଲା ତାହା ହେଉଛି ଚର୍ଚ୍ଚାର ବିଷୟ। ତେବେ ପରିବାର ଲୋକେ ନିଖୋଜ ଛବି ଆଉ ନଫେରିବାରୁ ଅନ୍ତିମ ସଂସ୍କାର କରିଦେଇଥିଲେ। ଏବେ ପରିବାର ଲୋକେ ଛବିଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି।   

Leave A Reply

Your email address will not be published.