ଆମେରିକା: ଦିନକରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ କରୋନା ପଜିଟିଭ୍‌

ୱାଶିଂଟନ୍‌, ଡିସେମ୍ବର ୧୮ : ଆମେରିକାରେ କରୋନା ସଂକ୍ରମଣ ପୁଣି ବିସ୍ଫୋରକ ରୂପ ନେଇଛି। ୪ ଦିନ ହେବ ଲଗାତାର ଲକ୍ଷାଧିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୩ ହଜାର ୬୩୩ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୪୭ ହଜାର ୮୮୪ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୧୪୩୭ ଜଣଙ୍କର ମୃତ୍ୟୁ ହୋଇଛି।  ଆମେରିକାରେ ଏଯାଏଁ ୫ କୋଟି ୧୫ ଲକ୍ଷ ୯୨ ହଜାର ୯୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୪ ଲକ୍ଷ ୫୫ ହଜାର ୬୮୬ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୨୬ ହଜାର ୩୬୭ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୧ କୋଟି ୩ ଲକ୍ଷ ୧୦ ହଜାର ୯୨୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୫ ହଜାର ୭୦୮ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୯୩ ହଜାର ୪୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୯ ହଜାର ୨୮୪ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୧୧୧ ଜଣଙ୍କର ମୃତ୍ୟୁ ହୋଇଛି। ଜର୍ମାନୀରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୪୮ ହଜାର ୩୭୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୬୦ ହଜାର ୮୦୦ ଜଣ ସୁସ୍ଥ ହୋଇଥିଲା ବେଳେ ୪୫୨ ଜଣଙ୍କର ମୃତ୍ୟୁ ହୋଇଛି। 

Leave A Reply

Your email address will not be published.