ଶାଶୁ ଘର ଆଗରେ ରୋଷେଇ କଲେ ତପସ୍ୱିନି

ବ୍ରହ୍ମପୁର, ଡିସେମ୍ବର ୨୦ : ବହୁ ଚର୍ଚ୍ଚିତ ସୁମିତ-ତପସ୍ୱିନି ବୈବାହିକ ମତଭେଦ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଶାଶୁ ଘର ଆଗରେ ଧାରଣା ଦେବା ପରେ ମାମଲା କୋର୍ଟକୁ ଯାଇଥିଲେ ମଧ୍ୟ କୌଣସି ଠୋସ ସମାଧାନ ଏପର୍ଯ୍ୟନ୍ତ ନହୋ ପାରିବାରୁ ଏବେ ପୁଣି ଥରେ ଜାଡ ଥଣ୍ଡାକୁ ଖାତିର ନକରି ତପସ୍ୱିନୀ ଶାଶୁ ଘର ସାମ୍ନାରେ ଧାରଣା ଦେବା ସହିତ ରୋଷେଇ ମଧ୍ୟ କରିଛନ୍ତି । ଗତକାଲି ସନ୍ଧ୍ୟାରେ ତପସ୍ୱିନୀ ତାଙ୍କ ଶାଶୁ ଘର ଆଗରେ ଖାଦ୍ୟ ରାନ୍ଧିବା ଆରମ୍ଭ କରିଥିଲେ । ସେ କିଛି ବାସନ, ଏକ ଉଠା ଚୁଲି, ଜାଳେଣି କାଠ, ପନିପରିବା ଏବଂ ରାସନରେ ରୋଷେଇ କରୁଥିବା ଦେଖିବାକୁ ମିଳିଛି । ଗତ ଦୁଇ ଦିନ ଧରି ରାତିରେ ଥଣ୍ଡା ଥଣ୍ଡାକୁ ଖାତିର ନକରି ଘର ବାହାରେ ରହିଆସୁଛନ୍ତି । ତେବେ ବିଭିନ୍ନ ସାମାଜିକ କର୍ମୀ ନ୍ୟାୟ ପାଇବା ପାଇଁ ତାପସ୍ୱିନୀଙ୍କୁ ସାହାଯ୍ୟ କରୁଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସୁମିତଙ୍କ ପରିବାର ସଦସ୍ୟ ତପସ୍ୱିନୀଙ୍କ ରହଣି ପାଇଁ ଏକ ଭଡା ଘର ଏବଂ ଖାଦ୍ୟ ବ୍ୟବସ୍ଥା କରିବେ । ଅତିରିକ୍ତ ଏସପି ବ୍ରହ୍ମପୁର ରମେଶ ସେଠୀ ମଧ୍ୟ ତପସ୍ୱିନୀଙ୍କ ଶାଶୁଙ୍କ ଘରକୁ ଯାଇ ତାଙ୍କ ଶ୍ୱଶୁରଙ୍କ ସହ ଆଲୋଚନା କରିଥିଲେ ଏବଂ ପୋଲିସକୁ ଆଶ୍ୱାସନା ଦେଇଥିଲେ ଯେ ସେ ତାଙ୍କ ପୁଅ ସୁମିତଙ୍କ ପରାମର୍ଶ ପରେ ତପସ୍ୱିନୀଙ୍କ ରହଣି ପାଇଁ ଏକ ଘର ଭଡା କରିବେ। 

Leave A Reply

Your email address will not be published.