RI ଙ୍କୁ ଆକ୍ରମଣ, ଗୁରୁତର ଆହତ ହୋଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି

ଆନନ୍ଦପୁର ,ଡିସେମ୍ବର 20: ଆରଆଇ ଙ୍କ ଉପରେ ଆକ୍ରମଣ । ଆନନ୍ଦପୁର ଆରଆଇ ସୀମା ସିମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଅଫିସ୍ ଭିତରେ ପଶି ମାରଣାସ୍ତ୍ର ସାହାର୍ଯ୍ୟରେ ଏହି ଆକ୍ରମଣ ହୋଇଛି । ଫଳରେ ଏହି ଆକ୍ରମଣରେ ଗୁରୁତର ଆହତ ହୋଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ସୀମା ସିମନ୍ତିନୀ । ସୁଚନା ଅନୁସାରେ ଏହି ଆକ୍ରମଣ ପଛରେ ବାଙ୍ଖିଡ଼ି ଗାଁର ଜଣେ ଯୁବକଙ୍କୁ ଅଟକ ରହି ପଚରାଉଚରା କରୁଛି ପୋଲିସ୍ । ତେବେ ଏହି ଆକ୍ରମଣ କିଏ କରିଛି? କଣ ପାଇଁ କରିଛି ? କାହା ନିର୍ଦ୍ଦେଶରେ ଏପରି କାର୍ଯ୍ୟ ହୋଇଛି ତାହାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ଏପର୍ଯ୍ୟନ୍ତ ପୋଲିସ୍ ଦୋଷୀକୁ ଧରିପାରି ନଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଚଂଳରେ ଭୟର ବାତାବରଣ ଖେଳି ଯାଇଛି । 

Leave A Reply

Your email address will not be published.