ଦିଲ୍ଳୀରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ

ନୂଆଦିଲ୍ଲୀ, ଡିସେମ୍ବର ୨୦ : ଜାତୀୟ ରାଜଧାନୀ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଛି। ମାତ୍ର ଆଗାମୀ ୨ ଦିନ ମଧ୍ୟରେ ଦିଲ୍ଲୀ ଆକାଶରେ କୁହୁଡ଼ି ଦେଖାଯାଇପାରେ। ପାଣିପାଗ ବିଭାଗର ଆକଳନ ଅନୁସାରେ ଦିଲ୍ଲୀରେ ଆଗାମୀ ୨ ଦିନ ମଧ୍ୟରେ ବର୍ଷା ମଧ୍ୟ ହୋଇପାରେ। ଏଥି ସହିତ ଶୀତଲହର ମଧ୍ୟ ହ୍ରାସ ପାଇପାରେ।  ଶନିବାର ତୁଳନାରେ ରବିବାର ଥଣ୍ଡାର ପ୍ରଭାବ କମ୍‌ ଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମଙ୍ଗଳବାର ରାତ୍ରିର ତାପମାତ୍ରା ସାଧାରଣ ଠାରୁ ସାଢ଼େ ୪ ଡିଗ୍ରୀ ସେଲସିୟସ ଅଥବା ଏହା ଠାରୁ  କମ ରହିବ। କିନ୍ତୁ ଏହା ପରେ ରାତି ଓ ସକାଳର ତାପମାତ୍ରା ସାଧାରଣ ପାଖାପାଖି ହେବ। ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆରକେ ଜେନେମଣି କହିଛନ୍ତି, ବର୍ତ୍ତମାନ ସମୟରେ ଆଫଗାନିସ୍ତା-ପାକିସ୍ତାନ ସମେତ ପୂରା ଉତ୍ତର ଏବଂ ପଶ୍ଚିମ ଭାରତରେ ଶୀତଲହରର ପ୍ରଭାବ ରହିଛି। ଏହାରି କାରଣରୁ ପଶ୍ଚିମରୁ ପ୍ରବାହିତ ହେଉଥିବା ପବନ ବରଫ ଭଳି ଅନୁଭୂବ ହେଉଛି। ଅବସ୍ଥା ଏଭଳି ହୋଇଛି ଯେ, ରାଜସ୍ଥାନର ଚୁରୁ ଓ ସୀକର ଭଳି ଅଞ୍ଚଳରେ ତାପମାତ୍ରା ଶୂନ୍ୟ ଠାରୁ ବିଯୁକ୍ତାତ୍ମକ ଆଡ଼କୁ ଗତି କରିଛି। ପଂଜାବର ଅମୃତସରରେ ପାରା ଶୂନ୍ୟରେ ପହଞ୍ଚିଛି।   

Leave A Reply

Your email address will not be published.